ପିପିଲି ନାବାଳିକା ଦୁଷ୍କର୍ମ ଘଟଣା; ନ୍ୟାୟ ପାଇଁ ଏସପିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ମଣ୍ଡଳୀ

youtube

ପୁରୀ: ପିପିଲି ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଘଟଣାରେ ତ୍ଵରିତ ନ୍ୟାୟ ପାଇଁ ଏସପିଙ୍କୁ ଭେଟିଛନ୍ତି ବିଜେଡି ପ୍ରତିନିଧି ମଣ୍ଡଳୀ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ନାରୀ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏହି ପ୍ରତିନିଧି ମଣ୍ଡଳୀ । ସେପଟେ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ତୁରନ୍ତ ଚାର୍ଜସିଟ୍ ପ୍ରଦାନ ସହ ଫାଷ୍ଟଟ୍ରାକ କୋର୍ଟର ମାମଲାର ବିଚାର ହେବ ବୋଲି ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ତେବେ କିଛିଦିନ ତଳେ ପିପିଲିରେ ଲଜ୍ୟା ଜନକ ଘଟଣା ଘଟିଥିଲା । ପିପିଲି ଥାନା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳରେ ଏକ ୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ନାବାଳିକା ଜଣକ ବଙ୍ଗାଳୀ ଫେରିବାଲା ନିକଟକୁ ରବର ବ୍ୟାଣ୍ଡ କିଣିବାକୁ ଯାଇଥିଲା । ସେହି ସମୟରେ ଏକାକୀ ଥିବା ସୁଯୋଗ ନେଇ ନିଜ ଘରେ ନାବାଳିକା ସହିତ ଦୁଷ୍କର୍ମ କରି ସାରିବା ପରେ ତାକୁ ଛାଡି ଦେଇଥିଲା ପିଶାଚ ବଙ୍ଗାଳୀ ଫେରିବାଲା । ଭୟରେ ନାବାଳିକା ଘରେ କିଛି କହିନଥିଲା ।

ଅଧିକ ଯନ୍ତ୍ରଣା ହେବା ହେତୁ ନାବାଳିକାର ମାଆ ମେଡିକାଲ ଚିକିତ୍ସା ପାଇଁ ନେଇଥିଲେ । ଆଜି ଭୁବନେଶ୍ୱରରେ ପୀଡ଼ିତାଙ୍କୁ ଭେଟିବା ସହ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ଟିମ୍ । ସେହିପରି ସତ୍ୟବାଦୀ ଓ ପିପିଲି ଅଞ୍ଚଳରେ ଅବାଧ ନିଶା କାରବାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ବେଆଇନ ବାଲି ଓ ପଥର ଚାଲାଣ ନେଇ ଏସପିଙ୍କୁ ଅବଗତ କରାଯାଇଛି ।

ଏହି ଟିମ୍ ରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ଲୋପାମୁଦ୍ରା ବକ୍ସିପାତ୍ର, ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟ, ପିପିଲିର ପୂର୍ବତନ ବିଧାୟକ ରୁଦ୍ର ମହାରଥୀ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ପ୍ରମୁଖ ଭେଟି ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.