କର୍ଣ୍ଣେଲ ସୋଫିୟା କୁରେଶିଙ୍କୁ ନେଇ ବିବାଦୀୟ ବୟାନ, ବିଜେପି ମନ୍ତ୍ରୀଙ୍କ ବିରୋଧରେ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ

add-all

ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିୟା କୁରେଶିଙ୍କ ମାମଲାରେ ଜବଲପୁର କୋର୍ଟ ମଧ୍ୟପ୍ରଦେଶର ମନ୍ତ୍ରୀ ବିଜୟ ଶାହଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କର ଏକ ବିବାଦୀୟ ବୟାନକୁ ନେଇ କୋର୍ଟ ସରକାରଙ୍କୁ ୪ ଘଣ୍ଟା ମଧ୍ୟରେ ଏଫଆଇଆର ଦାୟର କରି ରିପୋର୍ଟ ଦାଖଲ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ୍ ଅତୁଲ ଶ୍ରୀଧର ଏବଂ ଜଷ୍ଟିସ୍ ଅନୁରାଧା ଶୁକ୍ଳା ଖଣ୍ଡପୀଠ ସ୍ୱତଃସତ୍ତ୍ୱେ ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ମୋହନ ସରକାର ମଧ୍ୟ ମନ୍ତ୍ରୀ ବିଜୟ ଶାହଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି।

କ୍ୟାବିନେଟ୍ ମନ୍ତ୍ରୀ ବିଜୟ ଶାହ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ବିବାଦ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସାରା ଦେଶରେ ବର୍ତ୍ତମାନ୍ ରାଜନୀତି ଜୋର୍ ଧରୁଛି। କଂଗ୍ରେସ ସମେତ ସମସ୍ତ ଦଳ ମନ୍ତ୍ରୀ ବିଜୟ ଶାହାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ।

ଏହି ସବୁ ବିବାଦ ପରେ ମନ୍ତ୍ରୀ ଶାହା ତାଙ୍କ ବକ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ। କିନ୍ତୁ ଏହି ପ୍ରସଙ୍ଗ ନ କମି ଆହୁରି  ଅଧିକ ଗମ୍ଭୀର ହେବାରେ ଲାଗିଛି। ତେବେ ଏହି ପ୍ରସଙ୍ଗ କୁ ନେଇ ବିରୋଧୀ ଦଳ ପ୍ରତିବାଦ କରୁଥିବା ବେଳେ ହାଇକୋର୍ଟ ମଧ୍ୟ ହସ୍ତକ୍ଷେପ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏସବୁ ପ୍ରତିବାଦ ମଧ୍ୟରେ ଆସନ୍ତାକାଲି ସୁଦ୍ଧା ତାଙ୍କୁ ମନ୍ତ୍ରୀ ପଦରୁ ହଟାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଯଦିଓ ବର୍ତ୍ତମାନ୍ ସୁଦ୍ଧା ବିଜେପି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ad-week
Leave A Reply

Your email address will not be published.