ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ

youtube

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଏକାକୀ ସରକାର କରିବା ପରେ ଏବେ ଏକ ବର୍ଷ ପୁରା ହେବାକୁ ଯାଉଛି। ବିଜେପି ଓଡ଼ିଶାରେ ପ୍ରଥମଥର ପାଇଁ ସରକାର କରିଥିବା ବେଳେ ସରକାର ବଡ ଧୁମଧାମରେ ଏକ ବର୍ଷ ପୃର୍ତ୍ତୀ ପାଳନ କରିବେ। ଆଉ ଏହି ଅବସରରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ଜୁନ ୧୨ ତାରିଖ ଓଡ଼ିଶାରେ ବିଜେପି ସରକାରକୁ ପୂରିବ ଏକ ବର୍ଷ । ଏହି ଏକ ବର୍ଷ ଭିତରେ ସରକାର ପାଇଁ ଆଚିଭମେଣ୍ଟ ଯେତିକି ଚ୍ୟାଲେଞ୍ଜ ବି ସେତିକି ।

ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ସାମିଲ ହୋଇପାରନ୍ତି। ମୁଖ୍ୟମନ୍ତ୍ରୀ ପିଏମଓ ସହ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ରାଜସ୍ୱ ମନ୍ତ୍ରୀ କହିଛନ୍ତି, ‘ବର୍ଷ ପୂର୍ତ୍ତିକୁ ଉତ୍ସବ ନୁହେଁ, ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ପାଳିବୁ। ରାଜ୍ୟରେ ଜୁନ୍‌ ୧୨ରୁ ୧୯ ଯାଏଁ ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ। ଜିଲ୍ଲାଠୁ ନେଇ ବ୍ଲକ, ପଞ୍ଚାୟତ, ପୌରସଂସ୍ଥାରେ କାର୍ଯ୍ୟକ୍ରମ କରାଯିବ। ବର୍ଷକରେ ୧୧ ନିର୍ବାଚନ ପ୍ରତିଶ୍ରୁତି ପୂରଣ ହୋଇଛି।’

ସୂଚନା ଥାଉକି, ରାଜ୍ୟ ସରକାରଙ୍କ ପୂର୍ତ୍ତି ଅବରସରରେ ରାଜ୍ୟବାସୀଙ୍କୁ ରିପୋର୍ଟ କାର୍ଡ ଦେବେ ମୋହନ ସରକାର। ଏଥିପାଇଁ ମନ୍ତ୍ରୀମାନେ ଆରମ୍ଭ କଲେଣି ନିଜର ରିପୋର୍ଟ କାର୍ଡ। ବର୍ଷକ ଭିତରେ କଣ କରିଛନ୍ତି ଏବଂ କେତେ ସଫଳତା କେତେ ବିଫଳତା ମିଳିଛି, ତାର ଦେବେ ରିପୋର୍ଟ। ଲୋକଙ୍କ ସରକାର, ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ବିକାଶ ପାଇଁ କେତେ କାମ କରିଛନ୍ତି, ତାର ଦେବେ ରିପୋର୍ଟ କାର୍ଡ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ନିର୍ବାଚନ ପୂର୍ବରୁ ବିଜେପି କଣ ପ୍ରତିଶ୍ରୁତି ଦେଇଥିଲା ନିଜ ଇସ୍ତାହାରରେ। ସରକାରକୁ ଆସିବା ପରେ ଏହାକୁ କେତେ ପୁରା କରିଛି । ରାଜ୍ୟବାସୀଙ୍କୁ ଏହାର ରିପୋର୍ଟ କାର୍ଡ ଦେବେ ମୋହନ ସରକାର । ଗୋଟିଏ ବର୍ଷ ଭିତରେ ସରକାର ଯେତିକି ସଫଳତା ଲାଭ କରିଛନ୍ତି । ସେତିକି ଚ୍ୟାଲେଞ୍ଜ ମଧ୍ୟ ସାମ୍ନା କରିଛନ୍ତି। ସରକାର ଗଠନ କରିବାର ଏକ ଘଣ୍ଟା ଭିତରେ ଚାରୋଟି ବଡ ନିଷ୍ପତ୍ତି ନେଇଥିଲେ ମୋହନ ସରକାର ।

Leave A Reply

Your email address will not be published.