
ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂରର ସଫଳତା ପରେ ବଢିପାରେ ପ୍ରତିରକ୍ଷା ବଜେଟ । ଭାରତୀୟ ସେନାକୁ ଅଧିକ ସଶକ୍ତ କରିବା ଲାଗି ମୋଦୀ ସରକାର ପ୍ରତିରକ୍ଷା ବଜେଟକୁ ୫୦ହଜାର କୋଟିକୁ ବୃଦ୍ଧି କରିପାରନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସ୍ୱତନ୍ତ୍ର ସହାୟତା ମିଶିଲେ ପ୍ରତିରକ୍ଷା ବଜେଟ ୭ଲକ୍ଷ କୋଟି ଟପିବ । ଫେବ୍ରୁଆରୀରେ ଉପସ୍ଥାପିତ ବଜେଟରେ ସେନାବହିନୀଙ୍କ ପାଇଁ ୬ଲକ୍ଷ ୮୧ହଜାର କୋଟିର ବ୍ୟୟବରାଦ ହୋଇଥିଲା । ରିପୋର୍ଟ ଅନୁସାରେ ସଂସଦର ଶୀତ ଅଧିବେଶନରେ ସ୍ୱତନ୍ତ୍ର ସହାୟତାକୁ ମଞ୍ଜୁରୀ ମିଳିପାରେ ।