ଆତଙ୍କବାଦୀ ବିରୋଧୀ ଲଢେଇର ନେତୃତ୍ୱ ନେଉଛି ବାୟୁସେନା

youtube

ଗୁଜରାଟ ଭୁଜ୍‍ ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଅପରେସନ ସିନ୍ଦୂରରେ ବାୟୁସେନାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେନାର ବୀରତ୍ୱକୁ ସଲାମ କରିଛନ୍ତି ରାଜନାଥ । ଭୁଜ ଏୟାରବେସରୁ ଉଡାଣ ଆରମ୍ଭ କରି ଲଢୁଆ ବିମାନ ପରାକ୍ରମ ଦେଖାଇଛି। ପାକିସ୍ତାନ ମାଟିରେ ଆତଙ୍କୀଙ୍କ ଆଡ୍ଡାକୁ ଧୂଳିସାତ କରିବା ପାଇଁ ଭାରତୀୟ ବାୟୁସେନା ପାଖରେ ମାତ୍ର ୨୩ମିନିଟ ହିଁ ସମୟ ଯଥେଷ୍ଟ ଥିଲା । ଏତିକି ସମୟ ଲୋକଙ୍କ ପାଖରେ ଜଳଖିଆ କରିବାର ସମୟ ରହିଥାଏ । ସେହି ସମୟରେ ଶତ୍ରୁଙ୍କ ସଂହାର କରିଛି, ଏଥିପାଇଁ ମୁଁ ଗର୍ବିତ । ଶତ୍ରୁ ଦେଶରେ ତୁମେ ପକାଇଥିବା କ୍ଷେପଣାସ୍ତ୍ରର ପ୍ରତିଧ୍ୱନି ସମଗ୍ର ବିଶ୍ୱ ଶୁଣିଛି । ସେହି ଧ୍ୱନି କେବଳ କ୍ଷେପଣାସ୍ତ୍ର ନଥିଲା ବରଂ ତୁମର ସାହାସ ଏବଂ ଭାରତର ବୀରତ୍ୱର ଥିଲା ।

ପାକିସ୍ତାନ ବ୍ରହ୍ମୋସ୍‍ କ୍ଷେପଣାସ୍ତ୍ରର ଶକ୍ତିକୁ ସ୍ୱୀକାର କରିଛି । ଆମ ଦେଶରେ ଏକ ପୁରାତନ କଥା ରହିଛି, ଦିନରେ ତାରା ଦେଖାଇବା । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବ୍ରହ୍ମୋସ୍‍ ଏହା କରି ଦେଖାଇଛି । ପାକିସ୍ତାନକୁ ରାତିର ଅନ୍ଧକାର ଭିତରେ ଦିନର ଉଜାଲା ଦେଖାଇଲା ବ୍ରହ୍ମୋସ୍‍ । ଭୁଜ୍‍ ଏୟାରବେସକୁ ଉଡାଇଥିବା ଦାବି କରିଥିଲା ପାକିସ୍ତାନ । ଶୁକ୍ରବାର ଭୁଜ୍‍ ଗସ୍ତ କରି ପାକିସ୍ତାନକୁ କଡା ଜବାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Leave A Reply

Your email address will not be published.