ଯୁଦ୍ଧ ଅଟକାଇଲି କିନ୍ତୁ ଶ୍ରେୟ ମିଳିଲା ନାହିଁ : ଡୋନାଲ୍ଡ ଟ୍ରମ୍ପ୍

youtube

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ବୟାନ ବଦଳାଇ ଦେଇଛନ୍ତି  ।  ଟ୍ରମ୍ପ ଦାବି କରିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଥିବା ପରମାଣୁ ଯୁଦ୍ଧକୁ  ସେ  ଥିଲେ କିନ୍ତୁ ଏହାର କ୍ରେିଡିଟ୍  ତାଙ୍କୁ ମିଳିଲା ନାହିଁ  । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସମ୍ଭାବନା ଏତେ ବଢିଯାଇଥିଲା କି ପରମାଣୁ ଯୁଦ୍ଧ ହେବା ଆଶଙ୍କା ଦେଖାଦେଇଥିଲା ବୋଲି କହିଛନ୍ତି ଟ୍ରମ୍ପ ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନିଷ୍ପତ୍ତି ହେବା ପରେ ଟ୍ରମ୍ପ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ପୋଷ୍ଟ କରି ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ସେ ଅଟକାଇ ଥିବା କହିଥିଲେ ।  ହେଲେ ଭାରତ-ପାକ୍‌ ବିବାଦରେ ସେ ମଦ୍ୟସ୍ଥତା କରିବେ ବୋଲି ମଧ୍ୟ କହିଥିଲେ । ଦୁଇ ଦିନ ତଳେ ଟ୍ରମ୍ପ କହିଥିଲେ ସେ ଯୁଦ୍ଧକୁ ରୋକିନାହାନ୍ତି କି ମଧ୍ୟସ୍ଥତା କରିନାହାନ୍ତି । ତାଙ୍କ ପ୍ରଶାସନ କେବଳ ଏଥିରେ ସହଯୋଗ କରିଥିବା କଥା କହିଥିଲେ । ଏଥିପାଇଁ ଟ୍ରମ୍ପକୁ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବାକୁ ବି ପଡ଼ିଛି ।

ଟ୍ରମ୍ପ୍ କହିଛନ୍ତି ଏହା ମୋ ଜୀବନ କାଳରେ ବିଦେଶ ନୀତିର ଏକ ବଡ଼ ସଫଳତା ।  ହେଲେ ଏହାର କ୍ରେଡିଟ୍ ବା ଶ୍ରେୟ ମୋତେ ମିଳିଲା ନାହିଁ  । ଯୁଦ୍ଧ ବନ୍ଦ କରିବା ପାଇଁ ମୁଁ ଉଭୟ ଦେଶ ସହ ବ୍ୟବସାୟ ପ୍ରସ୍ତାବ ରଖିଥିଲି । ଏହାପରେ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ ।

Leave A Reply

Your email address will not be published.