ଭିନ୍ନ ଭନ୍ନ ମାଓ ସଂଗଠନର ୨୦ ନକ୍ସଲ ଗିରଫ

youtube

ମାଲକାନଗିରି: ଛତିଶଗଡ ଏବଂ ତେଲେଙ୍ଗାନା ସୀମନ୍ତ କାରେଗଟ୍ଟା ଜଂଗଲରେ ଲଗାତାର ସର୍ଚ୍ଚ ଅପରସେନ ଜାରି ରହିଥିବା ବେଳେ ପୁଲିସକୁ ମିଳିଛ ଏକ ବଡ ସଫଳତା। ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ପୁଲିସକୁ ଭିନ୍ନ ଭନ୍ନ ମାଓ ସଂଗଠନର ୨୦ ଜଣ ନକ୍ସଲକୁ ଗିରଫ କରିବାରେ ସଫଲତା ମିଳିଛି। ଏଥିସହ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋଟକ ମଧ୍ୟ ଜବତ କରାଯାଇଛି।

ନକ୍ସଲ ଦମନ କ୍ଷେତ୍ରରେ ପୁଲିସର ଘନଘନ ଚଢାଉ ଏବଂ ଅପରେସନ ବେଳେ ଭେଙ୍କଟାପୁରମ, ଵାଜେଡୁ, କନ୍ୟାୟିଗୁଡମ ଅଂଚଳରୁ ଏହି ନକ୍ସଲମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ଜଣେ ଡିଭିଜନ ମେମ୍ବର, ୫ ଏରିଆ କମିଟି ମେମ୍ବର ଏବଂ ୧୪ ଜଣ ପାର୍ଟି ସଦସ୍ୟ ରହିଛନ୍ତି। ପୁଲିସ ସର୍ଚ୍ଚ ଅପେରସନ କରୁଥିବା ବେଳେ ଏହି ମାଓବାଦୀମାନେ ଜଂଗଲରେ ବୋମା ଖଞ୍ଜୁଥିବା ବେଳେ ପୁଲିସ ଏମାନଙ୍କୁ ଜଂଗଲରେ ଘେରି ଗିରଫ କରିଥିଲା। ଏମାନଙ୍କୁ ଧରି ପଚରାଉଚରା କରିବା ପରେ ଏମାନେ ନକ୍ସଲ ସଂଗଠନରେ କାମ କରୁଥିବା କହିଥିଲେ।

ଏହି ଗିରଫ ମାଓବାଦୀମାନେ ଛତିଶଗ଼ଡ଼, ତେଲେଙ୍ଗାନା ଏବଂ ଓଡ଼ଶାର ବିଭିନ୍ନ ସଂଗଠନରେ କାମ କରୁଥିବା ସ୍ବୀକାର କରିଥିଲେ। ଏକ ବଡ ଅଘଟଣକୁ ଘଟାଇବା ପାଇଁ ଏମାନେ ପ୍ରସ୍ତୁତ ହେଉଥିଲେ। ଏମାନେ ଚାରି ରାଜ୍ୟରେ ବହୁ ହିଂସା ଘଟାଇବା ସହ ପୁଲିସ ଉପରେ ମଧ୍ୟ ଆକ୍ରମଣ କରିଥିବା ସ୍ବୀକାର କରିଛନ୍ତି। ଏମାନଙ୍କ ଠାରୁ ଏସଏଲଆର ରାଇଫଲ, ଇନସାସ ରାଇଫଲ, ୩୦୩ ରାଇଫଲ, ୮ ଏମଏମ ରାଇଫଲ, ଜୀବନ୍ତ ଗ୍ରେନେଡ, ନଗର ୫୮,୧୫୫ ଟଂକା, ୱାକିଟକି, ରେଡିଓ, ପେନ୍‌ଡ୍ରାଇଭ, ମେମୋରି କାର୍ଡ, କିଟବ୍ୟାଗ ଇତ୍ୟାଦି ଜବତ କରାଯାଇଛି।

ଗିରଫ ମାଓବାଦୀମାନେ ହେଲେ ଏସିଏମ କୁଞ୍ଜାମ ଲକ୍କା(୨୩), କାଲିମେଳା ଦଲମ କମାଣ୍ଡର ଏମ.ସୁମତି ଅରଫ ସାତୀ(୨୧) ପାର୍ଟି ମେମ୍ବର ମାଡକମ କୋସି(୨୧), ପଡିୟମ ଜଗା(୨୩), ମାଧବୀ ସୀମା(୧୯), ମୁସାକି ରଞ୍ଜୁ(୨୨), ଡିଭିସିଏମ କମିଟି ମେମ୍ବର କଟ୍ଟମ ଭୀମ(୩୦), ପାର୍ଟି ମେମ୍ବର ସୋଡି ଉଙ୍ଗି(୨୪), ଭଞ୍ଜାମ ମୁକେ(୨୩), ହେମଲା ସୁକି(୨୦), କୁ୍ଞ୍ଜାମ ହୁଙ୍ଗା)(୧୯), ପୁନେମ ଭୀମେ(୨୩), ଏସିଏମ କଟ୍ଟାମ ଜଗା(୨୩), ପୁନେମ ଭୀମେ(୧୮), ପିଏଲଜିଏ ସଦସ୍ୟ ନୁପଲ ଗାଙ୍ଗି(୨୦), ପାର୍ଟି ମେମ୍ବର ହେମଲା ସୋନି(୧୯), ଉଇକେ ମାସା(୨୦), ପୋଡିୟମ ଲକ୍କା(୨୦), ଉଦମ ସମଦୁ(୨୦)। ପୁଲିସ ଏମାନଙ୍କୁ ଧରି ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଥିବା କହିଛି।

Leave A Reply

Your email address will not be published.