ନେତା ସିକ୍ୟୁରିଟି ସର୍ଭିସ ବିରୁଦ୍ଧରେ ହୋଇଥିବା ଜାଲିଆତି ଅଭିଯୋଗ ଭିତ୍ତିହୀନ, ବକ୍ତବ୍ୟ ରଖିଥିଲେ ନେତା ସିକ୍ୟୁରିଟି ଏଜେନ୍ସି

youtube

ମାଲକାନଗିରି, ସ୍ୱାସ୍ଥ୍ୟ ବିଭାଗ ରେ ମିଥ୍ୟା କାଗଜ ପତ୍ର ଦେଇ ଟେଣ୍ଡର ହାତେଇବା ଏବଂ ହାଉସକିପିଂ ଓ ସେକ୍ୟୁରିଟି ଗାର୍ଡ ନିଯୁକ୍ତି କରାଇବା ନେଇ ହୋଇଥିବା ଅଭିଯୋଗ କୁ ଭିତ୍ତିହୀନ ବୋଲି କହୁ ଏକ ପ୍ରେସ ବିବୃତି ଜାରି କରିଛି ନେତା ଏଜେନ୍ସି। ଏହା ସହ ସଂସ୍ଥା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଅନ୍ୟ ଏକ ସଂସ୍ଥା ଦ୍ୱାରା ନେତା ଏଜେନ୍ସି ନାମରେ କରାଯାଇଥିବା ରିଟ ପେଟିସନକୁ ହାଇକୋର୍ଟଙ୍କ ଦ୍ବାରା ୧୩.୦୫.୨୦୨୫ ରେ ରଦ୍ଦ କରାଯାଇଛି। ଆର୍ଥିକ ବର୍ଷ ୨୦୨୪-୨୦୨୫ ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ସେକ୍ୟୁରିଟି ଗାର୍ଡ ହାଉସକିପିଂ କର୍ମଚାରୀ ନିଯୁକ୍ତି ପାଇଁ ଟେଣ୍ଡର ପ୍ରକ୍ରିୟାରେ ଅନ୍ୟ ବିଡ଼ଡର ମାନଙ୍କ ସହିତ ନେତା ସେକ୍ୟୁରିଟି ସର୍ଭିସ ଅଂଶ ଗ୍ରହଣ କରିଥିଲା । ଆବଶ୍ୟକ ଅଭିଜ୍ଞାତା, ସାର୍ଟିଫିକେଟ, ଆଇ.ଟି ରିଟର୍ଣ୍ଣ ଦାଖଲକରି ଟେଣ୍ଡର କମିଟି ଦ୍ବାରା ହାଉସକିପିଂ ଟେଣ୍ଡର ପାଇଁ ଆଦେଶ ପାଇଥିଲା। କିନ୍ତୁ ନେତା ସଂସ୍ଥା ବିରୁଦ୍ଧରେ ବିଗତ ଦିନରେ ସମାଜସେବୀ ଶରତ ବୁରୁଦା ଆଣିଥିବା ଆଭିଯୋଗ ଯଥା, ଜାଲି କାଗଜ ପତ୍ର ଆଇ.ଟି ରିଟର୍ଣ୍ଣ, ଓ କଳା ତାଲିକା ଭୁକ୍ତ ହେଇଥିବା ଆଦି ସଂପୂର୍ଣ୍ଣ ଭିଭିହୀନ ଓ କାଳ୍ପନିକ ବୋଲି ନେତା ସଂସ୍ଥା ପକ୍ଷରୁ କୁହାଯାଇଛି। ଏ ସମସ୍ତ ଅଭିଯୋଗ କୁ ନେଇ ସଂସ୍ଥା ନାମରେ ବିଗତ ଦିନରେ କିଛି ବ୍ୟକ୍ତି କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ହେଁ, କାରଣ ଏ ସଂକ୍ରାନ୍ତୀୟ ରିଟ ପେଟିସନ ନମ୍ବର ୧୩୨୧୭/୨୦୨୫ ଉଚ୍ଚନ୍ୟାଳୟ ଦ୍ବାରା ଆଦେଶ ସଂଖ୍ୟା ୧ ରେ ତା. ୧୩-୦୫-୨୦୨୫ ରେ ରଦ୍ଦ ହୋଇ ଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ନେତା ସେକ୍ୟୁରିଟି ସର୍ଭିସ ବିରୁଦ୍ଧରେ ଆସିଥିବା କଳଲି ତାଲି ଭୁକ୍ତ ହେବା ଅଭିଯୋଗ ମଧ୍ୟ ଭିଭିହୀନ, କାରଣ ଏହା ମଧ୍ୟ ହାଇକୋର୍ଟ ଓ ନିର୍ବାହୀ ଅଧୁକାରୀ, ମାଲକାନଗିରି ମୁନିସିପାଲିଟି ଙ୍କ ଦ୍ବାରା ଖଣ୍ଡନ କରାଯାଇଛି । ତେଣୁ ଏ ସଂକ୍ରାନ୍ତରେ ଅଭିଯୋଗ ଗୁଡିକ ମିଥ୍ୟା ଓ ସଂପୂର୍ଣ କାଳ୍ପନିକ ଅଟେ। ଏହାକୁ ନେଇ ସଂସ୍ଥା ଆବଶ୍ୟକ ହେଲେ ଆଇନ ର ଦ୍ୱାରସ୍ତ ହେବ ବୋଲି ମଧ୍ୟ ସଂସ୍ଥା ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.