ଆଇଏସ୍ଆଇର ତିନିଜଣ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ ଜ୍ୟୋତି

add-all

ନୂଆଦିଲ୍ଲୀ: ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମରେ ବିପୁଳ ଲୋକପ୍ରିୟତା ହାସଲ କରିଥିବା ଜ୍ୟୋତି ମାଲହୋତ୍ରା ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଦେଶର ସମ୍ବେଦନଶୀଳ ସୂଚନା ପ୍ରଦାନ କରିଥିବା ଅଭିଯୋଗରେ ହରିୟାଣାର ଜ୍ୟୋତି ଏବଂ ଅନ୍ୟ ୬ ଜଣଙ୍କୁ ପୁଲିସ ଗିରଫ କରିଛି।

ତଦନ୍ତରୁ ଜଣାପଡ଼ିଛି ଜ୍ୟୋତି ତିନିଜଣ ଆଇଏସ୍ଆଇ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଥିବା ସହିତ ଏହି ତିନି ଜଣଙ୍କ ସହିତ ସେ ଖୁବ ନିକଟତର ମଧ୍ୟ ଥିଲେ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ପାକିସ୍ତାନ ଦୂତାବାସରେ କାମ କରୁଥିବା ଦାନିଶ ଜ୍ୟୋତିଙ୍କୁ ଏହି ଅଧିକାରୀମାନଙ୍କ ସହିତ ପରିଚିତ କରାଇ ଦେଇଥିଲେ। କେବଳ ଏତିକି ନୁହେଁ, ଦିଲ୍ଲୀରେ ଥିବା ପାକିସ୍ତାନୀ ଦୂତାବାସ ଭିସା ଦେବା ବାହାନାରେ ଆଇଏସ୍ଆଇ ନେଟୱାର୍କ ଚଳାଉଥିବା ଜଣାପଡ଼ିଛି। ଆଇଏସ୍ଆଇ ସେହି ଲୋକଙ୍କ ଉପରେ ନଜର ରଖିଥାଏ ଯେଉଁମାନେ ପ୍ରତିବର୍ଷ ପାକିସ୍ତାନ ଯିବା ପାଇଁ ଭିସା ପାଇବାକୁ ଚେଷ୍ଟା କରିଥାଆନ୍ତି। ଜ୍ୟୋତି ମଧ୍ୟ ଏଭଳି ଭାବରେ ଆଇଏସଆଇ ସଂସ୍ପର୍ଶରେ ଆସିଥିଲେ।

ୟୁଟ୍ୟୁବର ଜ୍ୟୋତି ହରିୟାଣାର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ଝିଅ। ଜ୍ୟୋତି ସେହି ପାକିସ୍ତାନୀ ଦୂତାବାସ ଅଧିକାରୀ ଡାନିଶଙ୍କ ସମ୍ପର୍କରେ ଥିଲେ, ଯାହାଙ୍କୁ ଭାରତ ସରକାର ‘ଅଲୋଡ଼ା’ ଘୋଷଣା କରିବା ସହ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। । ଡାନିଶ ହ୍ୱାଟସଆପ, ସ୍ନାପଚ୍ୟାଟ ଏବଂ ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ପଠାଉଥିବା ଜଣାପଡ଼ିଥିଲା।

ad-week
Leave A Reply

Your email address will not be published.