ଗଛରୁ CRPF ଯବାନଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

youtube

ବଲାଙ୍ଗିର: ଗଛରେ ଝୁଲିଛି CRPF ଯବାନଙ୍କ ମୃତଦେହ । ଘରକୁ ଛୁଟିରେ ଆସିଥିବା ବେଳେ ଘଟିଲା ଅଘଟଣ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଗାଁର ଦୁଲ୍ଲଭ ଭୋଇଙ୍କ ପୁଅ ଭକ୍ତରାମ ଭୋଇଙ୍କର ମୃତଦେହ ଉଦ୍ଧାର । ଭକ୍ତରାମ ଝାରଖଣ୍ଡରେ କାର୍ଯ୍ୟରତ ଥିଲେ ।

ଗତ ୧୬ ତାରିଖରେ ନିଜ କାର୍ଯ୍ୟସ୍ଥଳୀକୁ ବାହାରିଥିବା ବେଳେ କେହିଜଣେ ଫୋନକରି ଡ଼ାକିବାରୁ ସେ ଚାଲିଯାଇଥିଲେ । କିନ୍ତୁ ଆଉ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି ପରେ ଲରମ୍ଭା ଥାନାରେ ନିଖୋଜ ମାମଲା ରୁଜୁ ହୋଇଥିଲା ।  ଆଜି ସକାଳୁ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିଥିଲେ ପରିବାର ଲୋକ । ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ହତ୍ୟା ବୋଲି ଅନୁମାନ କରୁଛନ୍ତି ପରିବାର ଲୋକ ।  ପୂର୍ବରୁ ପ୍ରେମ ସମ୍ପର୍କ ନେଇ ହତ୍ୟା ଧମକ ଦିଆଯାଉଥିବା କହିଛନ୍ତି ମୃତକଙ୍କ ବାପା ।

Leave A Reply

Your email address will not be published.