ଇଡ଼ିର ବୟାନ ବୃଦ୍ଧି କଲା ରାହୁଲ ଓ ସୋନିଆଙ୍କ ସମସ୍ୟା

add-all

ନୂଆଦିଲ୍ଲୀ: ନୂଆଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାର ଶୁଣାଣି ଚାଲିଛି। କୋର୍ଟରେ ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି) ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ପାଇଁ ସମସ୍ୟା ସୃଷ୍ଟି କରିଥିବା ଜଣାପଡ଼ିଛି।

ବୁଧବାର ଦିନ କୋର୍ଟରେ ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗନେଙ୍କ ସମ୍ମୁଖରେ ଇଡି କହିଛି ଯେ ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ହୋଇଛି । ଏହି ମାମଲା ଉପରେ ଦୟାକରି ଧ୍ୟାନ ଦିଆଯାଉ।

ରାଉଜ୍ ଆଭେନ୍ୟୁ କୋର୍ଟ ଇଡିକୁ ଚାର୍ଜସିଟର ଏକ କପି ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁବ୍ରମଣ୍ୟମ୍ ସ୍ୱାମୀଙ୍କ ଅଭିଯୋଗ କ୍ରମେ ଇଡି ଏହି ମାମଲା ପଞ୍ଜିକୃତ କରିଥିଲା।

ପୂର୍ବରୁ ଅର୍ଥାତ ମଇ ୨ ତାରିଖରେ, କୋର୍ଟ ଗାନ୍ଧୀ ପରିବାର ସହିତ ସୁମନ ଦୁବେ ଏବଂ ୟଙ୍ଗ ଇଣ୍ଡିଆନ୍, ଡୋଟେକ୍ସ ମର୍ଚାଣ୍ଡାଇଜ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ସୁନୀଲ ଭଣ୍ଡାରିଙ୍କୁ ମଧ୍ୟ ନୋଟିସ୍ ଜାରି କରିଥିଲେ।

ଇଡି କୋର୍ଟକୁ କହିଛି ଯେ, ୟଙ୍ଗ ଇଣ୍ଡିଆ କମ୍ପାନି ସର୍ବଦା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ମାଲିକାନାରେ ରହିଛି। ୟଙ୍ଗ ଇଣ୍ଡିଆର କେବେବି କୌଣସି ବ୍ୟବସାୟିକ କାର୍ଯ୍ୟକଳାପ ନଥିଲା, ଏହାର ଏକମାତ୍ର କାମ ଥିଲା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଲାଭ ପହଞ୍ଚାଇବା।ଆମେ ୨୧ ଟି ସ୍ଥାନରେ ଚଢାଉ କରି ପ୍ରାୟ ୫୧ ଲକ୍ଷ ଟଙ୍କା ମୂଲ୍ୟର ନଗଦ ଏବଂ ଅନେକ ଅପରାଧମୂଳକ ପ୍ରମାଣ ଜବତ କରିଛୁ।’

ନ୍ୟାସନାଲ ହେରାଲ୍ଡ ମାମଲା ଏକ ଖବରକାଗଜ ସହ ଜଡିତ ଏକ ମାମଲା। ଏହି ଖବରକାଗଜ ୧୯୩୮ ମସିହାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଖବରକାଗଜର ନାମ ଥିଲା ନ୍ୟାସନାଲ ହେରାଲ୍ଡ।

ad-week
Leave A Reply

Your email address will not be published.