ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ ଷ୍ଟାଇପେଣ୍ଡ ସହ ନିଯୁକ୍ତି ଭିତ୍ତିକ ତାଲିମର ସୁଯୋଗ

add-all

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଚାକିରି ଆଶାୟୀଙ୍କ ପାଇଁ ଭୁବନେଶ୍ୱରସ୍ଥିତ ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଏସସି/ଏସଟି ଜାତୀୟ କ୍ୟାରିଅର ସେବା କେନ୍ଦ୍ର ଏକ ଅଭିନବ ସୁଯୋଗ ଆଣିଛି। ଏସସି/ଏସଟି ବର୍ଗର ଚାକିରି ଆଶାୟୀ ପ୍ରାର୍ଥୀମାନେ ଏଠାରେ ସ୍ୱତନ୍ତ୍ର ତାଲିମ, ଓ’ଲେଭଲ୍ ସଫ୍ଟୱେର ତାଲିମ, ଓ’ ଲେଭଲ ବର୍ଷିକିଆ କମ୍ପ୍ୟୁଟର ହାର୍ଡୱେର ତାଲିମ (ସିଏଚଏମ), ଅଫିସ ଅଟୋମେସନ, ଆକାଉଣ୍ଟିଂ ଓ ପବ୍ଲିଶିଂ ଆସିଷ୍ଟାଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ ଓ ବିଜନେସ ଆକାଉଣ୍ଟିଂ ଆସୋସିଏଟ୍, ସାଇବର ସିକ୍ୟୁର୍ଡ୍ ୱେବ୍ ଡେଭଲପେମେଣ୍ଟ ଆସୋସିଏଟ୍ ପ୍ରୋଗ୍ରାମରେ ପ୍ରଶିକ୍ଷଣ ହାସଲ କରିପାରିବେ।

ସେମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ତାଲିମ ଦିଆଯିବା ସହିତ ମାସିକ ୧୦୦୦ ଟଙ୍କାର ଷ୍ଟାଇପେଣ୍ଡ ମିଳିବ। ୧୮ରୁ ୩୦ ବର୍ଷ ବୟସର ପ୍ରାର୍ଥୀ ଯେଉଁମାନଙ୍କର ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ ସେମାନେ ଏହାର ଲାଭ ପାଇପାରିବେ।

ଏଥିପାଇଁ ଆଶାୟୀମାନେ www.ncs.gov.in ଏବଂ www.dge.gov.in ପରିଦର୍ଶନ କରିବା ସହିତ ଏସସି/ଏସଟିଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର ଭୁବନେଶ୍ୱରରେ ସେମାନଙ୍କର ଆବେଦନ ଦାଖଲ କରିପାରିବେ। ଏହି ତାଲିମ ପାଠ୍ୟକ୍ରମ ପାଇଁ ଆବେଦନର ଶେଷ ତାରିଖ ଆସନ୍ତା ଜୁନ୍ ୧୬ ତାରିଖ ହୋଇଥିବା ବେଳେ ତାଲିମ ଜୁଲାଇ ପହିଲାରୁ ଆରମ୍ଭ ହେବ। ଆଶାୟୀ ପ୍ରାର୍ଥୀମାନେ ଭୁବନେଶ୍ୱର ଗଣ୍ଡମୁଣ୍ଡା ପୋଖରୀପୁଟସ୍ଥିତ ମଧୁସୂଦନ ପାର୍କ ସାମ୍ନା ଏସସି/ଏସଟିଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର କାର୍ଯ୍ୟାଳୟରେ ଯୋଗାଯୋଗ କରିପାରିବେ।

ad-week
Leave A Reply

Your email address will not be published.