ମନରେଗା କାମରେ ଲାଗିଥିବା ଜେସିବିକୁ ସିଜ୍‌ କଲେ ମନ୍ତ୍ରୀ ରବି ନାରାୟଣ ନାଏକ

youtube

ସୁବର୍ଣ୍ଣପୁର : ମନରେଗା କାମରେ ଲାଗିଥିବା ଜେସିବିକୁ ସିଜ କଲେ ମନ୍ତ୍ରୀ ।  ଆକ୍ସନ ମୋଡରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟନ ନାଏକ ।  ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ବେଳେ ବିନିକା ବ୍ଲକ ତୁଲୁଣ୍ଡୁପାଳି ଠାରେ ମନରେଗା କାମରେ ଲାଗିଥିବା ଜେସିବିକୁ ଜବତ କରି ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ବା ମନରେଗା ଯୋଜନାରେ ଶ୍ରମିକମାନଙ୍କୁ କାମ ଯୋଗାଇଦିଆଯାଇଥାଏ ।

ତେବେ ମନରେଗା କାମରେ ମେସିନ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି ।  ପଞ୍ଚାୟତିରାଜ ମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  ।  ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ବିନିକା ଆସୁଥିବା ସମୟରେ ତୁଲୁଣ୍ଡୁପାଲି ମୁଖ୍ୟ ରାସ୍ତା କଡରେ ଅମୃତ ସରୋବର ଏବଂ କେନାଲ ରାସ୍ତାର ମାଟି କାମ ଜେସିବିରେ କରାଯାଉଥିବା ଦେଖିଥିଲେ ।  ମନ୍ତ୍ରୀ କାମକୁ ବନ୍ଦ କରି ଜେସିବିକୁ ଜବତ କରି ପୋଲିସ ହେପାଜତରେ ଦେଇଥିଲେ ।  ପରେ ବିଭାଗୀୟ ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.