
ଅପରେସନ ସିନ୍ଦୂର ପରେ ବଢିଛି ଓଡ଼ିଶା ସୁରକ୍ଷା ଚିନ୍ତା । ବିଶେଷ କରି ପୁରୀର ସୁରକ୍ଷା ଏବେ କଡା କଡି କରାଯାଇଛି । ଜ୍ୟୋତି ମଲହୋତ୍ରା ଓ ତାଙ୍କ ବାନ୍ଧବୀ ପୁରୀର ବିଭିନ୍ନ ସ୍ଥାନରେ ବୁଲିବା ସହ ଭିଡିଓ କରିଥିଲେ । ଏବେ ଆଗକୁ ଆସୁଛି ରଥଯାତ୍ରା । ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହେବ । ଏହି ପରିପ୍ରେକ୍ଷୀରେ କଣ ରହିଛି ସହରାଞ୍ଚଳ ସୁରକ୍ଷା? ଯଦି କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ହୁଏ ତେବେ କିପରି ହେବ ମୁକାବିଲା ? ମୁକାବିଲା ପାଇଁ କି ଫୋର୍ସ ରହିଛି ?
ରାଜ୍ୟରେ ରହିଛି ସ୍ପେଶାଲ ଟାକଟିକଲ ୟୁନିଟ ବା STU । ଏଥିରେ ରହିଛନ୍ତି SOG ର ବଛା ବଛା ଯବାନ । ନକ୍ସଲ ବିରୋଧୀ ଅଭିଯାନରେ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଏହି SOG ଯବାନ । ସ୍ୱତନ୍ତ୍ର ସ୍ୱୟଂ ଚଳିତ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ଚଳାଇବାର କ୍ଷମତା ଅଛି । ଅର୍ବାନ ଟେରୋରିଜମକୁ ମୁକାବିଲାରେ ଏମାନେ ବେଶ୍ ସିଦ୍ଧହସ୍ତ । ସହରାଞ୍ଚଳ ରେ ଆତଙ୍କି ହମଲାକୁ ପ୍ରତିହତ କରିପାରିବେ ଏହି କମାଣ୍ଡୋ । ଭିଭିଆଇପିଙ୍କୁ ଅପହରଣ କରାଗଲେ ତୁରନ୍ତ ମୁକୁଳାଇପାରିବେ । ହଷ୍ଟେଜ୍ କ୍ରାଇସିସରେ ଏମାନେ ବେଶ ପାରଙ୍ଗମ । ଏହି ଯବାନଙ୍କ ପାଖରେ ରହିଛି କାରବାଇନ,ଏକେ ସିରିଜ୍ ବନ୍ଧୁକ, ଲାଇଟ୍ ମେସିନ ଗନ୍ । ସାର୍ପ ସୁଟର ସ୍ନାଇପର ଭଳି ମଧ୍ୟ କାମ କରିଥାନ୍ତି ।
ପୁରୀ ରଥଯାତ୍ରାରେ SOG ଯବାନଙ୍କୁ ମୁତୟନ କରାଯାଇପାରେ। ସ୍ଵତନ୍ତ୍ର ରକ୍ଷକ ଗାଡ଼ିରେ ପାଞ୍ଚ ଜଣ STU କମାଣ୍ଡୋ ଯାଇପାରିବେ । ଏହି ସ୍ବତନ୍ତ୍ର ଗାଡ଼ି ବୁଲେଟ ପ୍ରୁଫ ସହ ଲାଇଟ୍ ମେସିନ ଗନ୍ ମଧ୍ୟ ଥାଏ । କୌଣସି ଆତଙ୍କ ପରିସ୍ଥିତିରେ STU ଏହାକୁ ବ୍ୟବହାର କରିପାରେ । ଯେ କୌଣସି ସମ୍ଭାବ୍ୟ ଆତଙ୍କ ପରିସ୍ଥିତିର ମୁକାବିଲା କରିପାରିବେ ଏହି କମାଣ୍ଡୋ ।