ଶ୍ରୀମନ୍ଦିର ବାହାର ଅଟ୍ଟାଳିକାର ଉଚ୍ଚତା ନିର୍ଦ୍ଧାରଣ ହେବ: ଅରବିନ୍ଦ ପାଢୀ

add-all

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ମିଟିଂ। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି। ପରିକ୍ରମା ପ୍ରକଳ୍ପ ବାହାରେ ବହୁ ବଡ଼ ବଡ଼ ଅଟ୍ଟାଳିକା ଗଢ଼ି ଉଠିଛି। ସେମାନେ ନିଜସ୍ବ ଢଙ୍ଗରେ ଅଟ୍ଟାଳିକା ସବୁ ନିର୍ମାଣ କରୁଛନ୍ତି। ଏସବୁ ସମ୍ପର୍କରେ ସରକାରଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ ବି ସୁ-ଉଚ୍ଚ ଅଟ୍ଟାଳିକା ନିର୍ମାଣ ଚାଲିଛି। ଆମେ ଏନେଇ ନଗର ଉନ୍ନୟନ ବିଭାଗକୁ ଅବଗତ କରାଇବୁ। ଅଟ୍ଟାଳିକାଗୁଡ଼ିକର ଉଚ୍ଚତା ନିର୍ଦ୍ଧାରଣ ପାଇଁ ସରକାରଙ୍କୁ ଚିଠି ଲେଖିବୁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ।

ଏହାଛଡ଼ା ଶ୍ରୀମନ୍ଦିର ସମ୍ପର୍କିତ ସମସ୍ତ ଶବ୍ଦାବଳୀକୁ ନେଇ ‘ପାଟେଣ୍ଟ’ କରାଯିବ। ଶବ୍ଦାବଳୀକୁ ନେଇ ‘ପାଟେଣ୍ଟ’ ହେଉଛି ଏକ ଆଇନଗତ ବ୍ୟବସ୍ଥା ବୋଲି ମନ୍ଦିରର ମୁଖ୍ୟ ପ୍ରଶାସକ କହିଛନ୍ତି।

ad-week
Leave A Reply

Your email address will not be published.