ଆମେରିକାରେ ଚିନ୍ତା ବଢାଇଲା କରୋନା; ସପ୍ତାହରେ ୩୫୦ ମୃତ

add-all

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁ ମାମଲା ଗମ୍ଭୀର ହୋଇନାହିଁ । ମାତ୍ର ଆମେରିକାରେ କରୋନା ଚିନ୍ତା ବଢାଇଛି । ଆମେରିକାରେ ପ୍ରତ୍ୟେକ ସପ୍ତାହରେ ୩୫୦ ଜଣଙ୍କ ମୃତ୍ୟୁ କୋଭିଡ୍‌ କାରଣରୁ ହୋଇଛି । ଆମେରିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ୩୫୦ ନାଗରିକଙ୍କ ମୃତ୍ୟୁ ଗତ ସପ୍ତାହେ ମଧ୍ୟରେ ହୋଇଛି । ଅଧିକାଂଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।

ଆମେରିକାରେ କରୋନା ଭୂତାଣୁର ନୂଆ ସବ୍‌ ଭାରିଆଣ୍ଟ ଏନବି.୧.୮.୧ ଡରେଇବାକୁ ଲାଗିଲାଣି । ଆମେରିକାରେ ୨୦୨୧ ସମୟରେ ନିୟମିତ ପ୍ରାୟ ୨୬ ହଜାର ମୃତ୍ୟୁ ହୋଇଥିଲା । ଚୀନ ସହ ସିଙ୍ଗାପୁର, ହଂକଂ, ଥାଇଲ୍ୟାଣ୍ଡ ଭଳି ସ୍ଥାନରେ ଏହି ନୂଆ ସବ୍‌ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।

ଆମେରିକା ବିମାନବନ୍ଦରରେ ବିଦେଶ ଫେରସ୍ତା ଯାତ୍ରୀଙ୍କ ଯାଞ୍ଚ ରେ ଏହି ସବ୍‌ ଭାରିଆଣ୍ଟ ମିଳିଥିଲା । ନ୍ୟୁୟର୍କ, କାଲିଫର୍ଣ୍ଣିଆ, ୱାଶିଂଟନ ଆଦି ଅନେକ ସହରରେ ଏହା ଦ୍ରୁତ ଗତିରେ ବ୍ୟାପୁଥିବା ଦେଖାଯାଇଛି । ଜାପାନ୍‌, ଦକ୍ଷିଣ କୋରିଆ, ଫ୍ରାନ୍ସରେ ମଧ୍ୟ ଏହି ଭାଇରସ୍‌ ପହଞ୍ଚି ସାରିଛି ।

ଡାକ୍ତରମାନେ କହିଛନ୍ତି ଯେ ଅନେକ ରୋଗୀ ଆରମ୍ଭରେ ଚିକିତ୍ସାକୁ ଅଣଦେଖା କରି ଥାନ୍ତି । ସଂକ୍ରମଣ ଗୁରୁତର ହେବା ପରେ ହିଁ ହସ୍ପିଟାଲରେ ପହଞ୍ଚନ୍ତି ଏବଂ ପରେ ସେମାନଙ୍କୁ ବଞ୍ଚାଇବା କଷ୍ଟକର ହୋଇଯାଏ।
ପୂର୍ବରୁ ପ୍ରଚଳିତ କୋଭିଡ୍ ଟିକାର ହ୍ରାସ ପାଉଥିବା ପ୍ରଭାବକୁ ମଧ୍ୟ ଏହାର କାରଣ ଭାବରେ ବିବେଚନା କରାଯାଉଛି। ସିଡିସି କହିଛି ଯେ ୧୮ ବର୍ଷରୁ ଅଧିକ ବୟସର ୨୩ ପ୍ରତିଶତ ଲୋକଙ୍କୁ ୨୪ ଏପ୍ରିଲ ପର୍ଯ୍ୟନ୍ତ ନୂତନ କୋଭିଡ୍-୧୯ ଟିକା ଦିଆଯାଇଛି।

ad-week
Leave A Reply

Your email address will not be published.