ଚିକିତ୍ସାଳୟରୁ ଶିଶୁ ଚୋରି ଅଭିଯୋଗ, ଧରାପଡିଲେ ୨ ମହିଳା

youtube

ବାଲେଶ୍ବର: ଚୋରି କରି ନେଇଯାଉଥିବାବେଳେ ଧରାପଡିଲା ପିଲା ଚୋରଣୀ । ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଛୁଆ ଚୋରି କରୁଥିବା ୨ ମହିଳାଙ୍କୁ କାବୁ କରି ମେଡିକାଲ ଫାଣ୍ଡି ରେ ଜିମା ଦେଇଛନ୍ତି । ଭୋଗରାଇ ବ୍ଲକର ଆରୁହାବୃତ୍ତି ଅଞ୍ଚଳର ସତ୍ୟବ୍ରତ ଦାସ ତାଙ୍କ ସ୍ତ୍ରୀଙ୍କ ପ୍ରସବ ପାଇଁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୨ଟା ୩୦ରେ ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ୭ ଦିନର ଛୁଆକୁ ଚୋରି କରୁଥିଲେ ଦୁଇ ଜଣ ମହିଳା। ଶିଶୁ କନ୍ୟାକୁ ଉଠାଇ ନେଇ ପଳାଉଥିବାବେଳେ ନବଜାତଙ୍କ ବାପା ମାଆ ହଠାତ ଉଠି ବଡ଼ ପାଟିରେ ଚିତ୍କାର କରିଥିଲେ । ଫଳରେ ଭୟରେ ପିଲା ଚୋରଣୀ ଦୁଇ ଜଣ ନବଜାତକକୁ ଛାଡି ଦୌଡ଼ି ପଳାଇଯାଉଥିଲେ । ପାଟି ଶୁଣି ସେମାନଙ୍କ ସମ୍ପର୍କୀୟ ଆସି ଦୁଇ ମହିଳାଙ୍କୁ କାବୁ କରି ମେଡିକାଲ ଫାଣ୍ଡିରେ ଜିମା ଦେଇଥିଲେ । ଅଟକ ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର ଖଡ଼ଗପୁରର ଓ ଅନ୍ୟ ଜଣେ ବାଲେଶ୍ଵରର । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.