ମହିଳା ଡାକ୍ତରଙ୍କ ସମେତ ୭ଜଣ କରୋନା ପଜିଟିଭ

add-all

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସମ୍ପ୍ରତି ମିଳିଥିବା ସୂଚନା ଅନୁଯାୟୀ ବିହାରରେ ୭ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରେ ଏମ୍ସର ମହିଳା ଡାକ୍ତର ବି ସାମିଲ ଅଛନ୍ତି।

ସଂକ୍ରମିତ ହୋଇଥିବା ସମସ୍ତ ରୋଗୀଙ୍କୁ ଆଇସୋଲେସନରେ ରଖାଯାଇଛି। ଚିହ୍ନଟ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ ଖୋଜା ଚାଲିଛି।
ଭାରତରେ ଗତ ସପ୍ତାହକ ମଧ୍ୟରେ କୋଭିଡ-୧୯ର ୭୫୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ନୂଆ ସଂଖ୍ୟାକୁ ମିଶାଇଲେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୦୦୦ରୁ ଅଧିକ ହୋଇଗଲାଣି। ମହାରାଷ୍ଟ୍ର ଓ ଦିଲ୍ଲୀରେ ଗତ ଏକ ସପ୍ତାହ ମଧ୍ୟରେ ଅଧିକ ସଂକ୍ରମଣର ମାମଲା ସାମ୍ନାକୁ ଆସିଛି।

ସେହିପରି ଉତ୍ତରପ୍ରଦେଶର ନୋଏଡାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗ ଅନୁସାରେ, ବର୍ତ୍ତମାନ ସମୟରେ ନୋଏଡାରେ କରୋନାର ୧୯ଟି ସକ୍ରିୟ ମାମଲା ରହିଛି। ଯେଉଁଥିରେ ୧୧ଜଣ ମହିଳା ଓ ୮ଜଣ ପୁରୁଷ ସାମିଲ ଅଛନ୍ତି।

ad-week
Leave A Reply

Your email address will not be published.