ରାଜ୍ୟରେ ମୋଟ ୫ କୋଭିଡ ପଜିଟିଭ ଚିହ୍ନଟ, ଭୁବନେଶ୍ୱରରୁ ୪ ଖୋର୍ଦ୍ଧାରୁ ଜଣେ

youtube

ଭୁବନେଶ୍ୱର : କାୟା ବିସ୍ତାର କଲାଣି କରୋନା । ରାଜ୍ୟରେ ମୋଟ ୫ କୋଭିଡ ପଜିଟିଭ ଚିହ୍ନଟ । ଯାହା ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା । ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ଵରର ହୋଇଥିବା ବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ଜଟଣୀରୁ ବୋଲି ଜଣାପଡିଛି ।

ସେହିଭଳି ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲାଣି । ଏନେଇ ଆଜି ରାଜ୍ୟ ସହ କୋଭିଡ ସ୍ଥିତି ନେଇ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ଦେଶରେ କୋଭିଡ ସ୍ଥିତି ଓ ସଂକ୍ରମଣ ନେଇ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସଂକ୍ରମଣ ବଢ଼ିବା ଭିତରେ ଆଇସିଏମ୍‌ଆର ସତର୍କ ରହିବାକୁ ଓ ଭୟଭୀତ ନ ହେବାକୁ କହିଛି । ଭାରତରେ କୋଭିଡ ଭାରିଆଣ୍ଟର NB.1.8.1ର ଗୋଟିଏ ଏବଂ LF.7 ଭାରିଆଣ୍ଟ ମାଡ଼ି ଚାଲିଛି । ପରିସ୍ଥିତିକୁ ନଜରରେ ରଖି ଆଇସିୟୁ ବେଡ, ଅକ୍ସିଜେନ ସିଲିଣ୍ଡର ଓ ଅନ୍ୟ ଜରୁରୀ ଉପକରଣ ମହଜୁଦ ରଖିବାକୁ ସମସ୍ତ ହସ୍ପିଟାଲକୁ ପରାମର୍ଶ ଦିଆଯାଇଛି । କୋଭିଡକୁ ନେଇ ଏଯାଏ କୌଣସି ଆଡଭାଇଜରି ଜାରି କରିନାହାଁନ୍ତି କେନ୍ଦ୍ର ସରକାର ।

ଏହା ଓମିକ୍ରନର ଏକ ଉପ-ଭାରିଆଣ୍ଟ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେବେ WHO ଏହି ଭାରିଆଣ୍ଟକୁ ଏପର୍ଯ୍ୟନ୍ତ ଚିନ୍ତାଜନକ ଭାରିଆଣ୍ଟ ବୋଲି କୁହାଯାଇନାହିଁ । ଏହାର ଲକ୍ଷଣ ସାଧାରଣତଃ କମ୍ ରହିଛି । ଯେପରିକି ଜ୍ୱର, ନାକ ବହିବା, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକ୍କା ଏବଂ ଅବସାଦ । ଅଧିକାଂଶ ସଂକ୍ରମିତ ବ୍ୟକ୍ତି ଚାରି ଦିନ ମଧ୍ୟରେ ସୁସ୍ଥ ହୋଇଯାଉଛନ୍ତି ।

Leave A Reply

Your email address will not be published.