ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୬୯ ଟଙ୍କା କୁ ବୃଦ୍ଧି

add-all

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ଚାଷୀମାନଙ୍କ ଲାଭ ସରକାର ଅନେକ ଫସଲର ଏମଏସପି ବୃଦ୍ଧି କରିଛନ୍ତି । ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କୁ ୬୯ ଟଙ୍କା ବୃଦ୍ଧି କରି ୨,୩୬୯ ଟଙ୍କା କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ସରକାର ୨ ଲକ୍ଷ ୭ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଏହା ଛଡ଼ା ଜଓ୍ବାର, ବାଜରା, ମକା, ମାଣ୍ଡିଆ ଆଦିର ଏମଏସପି ବୃଦ୍ଧି କରାଯାଇଛି । ସେହିପରି ହରଡ଼, ମୁଗ, ବିରି ଆଦି ଡାଲିଜାତୀୟ ଫସଲ, ସୂର୍ଯ୍ୟମୁଖୀ, ବାଦାମ, ରାଶି ଓ ସେୟାବିନ ଆଦି ତୈଳବୀଜ ଓ କପାର ଏମଏସପି ବୃଦ୍ଧି କରାଯାଇଛି ।

କ୍ୟାବିନେଟ ନିଷ୍ପତ୍ତି ସଂମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “କୃଷକମାନଙ୍କ ପାଇଁ କେତେକ ବଡ଼  ନିଷ୍ପତ୍ତି ନିଆଯାଇଛି। ଗତ ୧୦-୧୧ ବର୍ଷ ମଧ୍ୟରେ ଖରିଫ ଫସଲ ପାଇଁ ଏମଏସପି ରେ ଏକ ବଡ଼ ବୃଦ୍ଧି କରାଯାଇଛି। ଏଥର ୨୦୨୫-୨୬ ଖରିଫ ଋତୁ ପାଇଁ ଏମଏସପିକୁ କ୍ୟାବିନେଟ୍ ଅନୁମୋଦନ କରିଛି। ମୋଟ ବ୍ୟୟ ପରିମାଣ ପ୍ରାୟ ୨,୦୭,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପ୍ରତ୍ୟେକ ଫସଲ ପାଇଁ ଖର୍ଚ୍ଚ ସହିତ ୫୦ ପ୍ରତିଶତ ହିସାବରେ ନିଆଯାଇଛି।”

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଚାଷୀଙ୍କ ପାଇଁ ସୁଧ ଛାଡ ବଜାୟ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଅତିରିକ୍ତ ୧୫ ହଜାର ୬୪୨ କୋଟି ଟଙ୍କା ବ୍ୟୟ ହେବ। ସେ କହିଛନ୍ତି, କିଷାନ କ୍ରେଡିଟ୍ କାର୍ଡ (କେସିସି) ଉପରେ ୪ ପ୍ରତିଶତ ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି।

ad-week
Leave A Reply

Your email address will not be published.