ପୁଞ୍ଜିଲାଲ ଲେଖିଥିବା ଚିଠି ଦେଖାଇଲା ବାଟ : ଅରୁଣ ବୋଥ୍ରା

add-all

ପାଟଣାଗଡ଼ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପୁଞ୍ଜିଲାଲଙ୍କୁ ଗିରଫ କରିଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ।  ୨୦୧୮ ଫେବ୍ରୁଆରୀ ୨୩ ତାରିଖରେ ବୋମା ବିସ୍ଫୋରଣ ହୋଇଥିଲା ।  ଅନେକ ଦିନ ଯାଏଁ ଘଟଣାରେ କେହି ଗିରଫ ହୋଇ ନଥିଲେ।  ସେତେବେଳର କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ଦିଆଯାଇଥିଲା ତଦନ୍ତ ଭାର।

ତତ୍କାଳୀନ ଡିଜିପି ଆର ପି ଶର୍ମା ତଦନ୍ତ ଭାର ଦେଇଥିଲେ। ୨୦୧୮ ଏପ୍ରିଲ ୨୪ ତାରିଖରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଧରିଥିଲା କ୍ରାଇମବ୍ରାଞ୍ଚ।  ବିନା କୌଣସି ସୁରାକରେ ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ।  କିନ୍ତୁ ଖୁବ୍ କମ ସମୟ ଭିତରେ ପୁଞ୍ଜିଲାଲଙ୍କ ପାଖରେ ପହଞ୍ଚି ପାରିଥିଲା।

ସେହିପରି ପୁଞ୍ଜିଲାଲ ଲେଖିଥିବା ଚିଠି ମଧ୍ୟ ଆମକୁ ବାଟ ଦେଖାଇଲା ।  ତାର ଭାଷା ଓ ଲେଖିବା ଶୈଳୀ ବହୁ ଉଚ୍ଚକୋଟୀର ଥିଲା । ଜଣେ ଇଂରାଜୀରେ ଦକ୍ଷତା ଥିବା ବ୍ୟକ୍ତି ହିଁ କରିପାରିବ ଜାଣିଥିଲୁ । ତେଣୁ ପୁଞ୍ଜିଲାଲକୁ କେହି ସନ୍ଦେହ କରୁ ନଥିଲେ ବି ଧରିଥିଲୁ । ଆଉ ବୋମା ତିଆରି ପାଇଁ ଡେମୋ ଦେଖାଇବା ପର୍ଯ୍ୟନ୍ତ ତାକୁ ମନାଇଥିଲୁ ।  ସେ ଯାହା ବି ହେଉ କୋର୍ଟଙ୍କ ରାୟ ଆମ ପୂରା ଟିମ୍‌କୁ ଖୁସି କରିଛି ବୋଲି ଅରୁଣ ବୋଥ୍ରା କହିଛନ୍ତି ।

ad-week
Leave A Reply

Your email address will not be published.