ବଢିଲା ମନ୍ତ୍ରୀ ଓ ଅଧିକାରୀଙ୍କ ଗାଡ଼ି ଖର୍ଚ୍ଚ, ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସଂଶୋଧନ

youtube

ଭୁବନେଶ୍ୱର : ବଢିଲା ମନ୍ତ୍ରୀ ଓ ଅଧିକାରୀଙ୍କ ଗାଡ଼ି ଖର୍ଚ୍ଚ । ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସଂଶୋଧନ କରି ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବୃଦ୍ଧି ପରେ ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ ୫୦,୪୦୦ ଟଙ୍କା ହୋଇଛି । ସେହିପରି ଜିଲାପାଳ, ଏସ୍‌ପିଙ୍କ ଗାଡ଼ି ଖର୍ଚ୍ଚ ୪୪, ୪୦୦ ଟଙ୍କାକୁ ବୃଦ୍ଧି ପାଇଛି । ବ୍ଲକ, ତହସିଲ, ଫିଲ୍ଡ ଅଫିସ୍ ଗାଡ଼ି ଖର୍ଚ୍ଚ ୩୭ ହଜାର ୨୦୦କୁ ବୃଦ୍ଧି ହୋଇଛି । ପ୍ରମୁଖ ସଚିବଙ୍କ ୩୬ ହଜାର ଏବଂ ସ୍ବତନ୍ତ୍ର ସଚିବଙ୍କ ଗାଡ଼ି ଖର୍ଚ୍ଚ ୩୧ ହଜାର ୨୦୦କୁ ବୃଦ୍ଧି କରାଯାଇଛି ।

ମନ୍ତ୍ରୀ, ଅଫିସର ଓ VVIP ବ୍ୟବହାର କରୁଥିବା ଘରୋଇ ଗାଡ଼ି ଭଡ଼ା ବୃଦ୍ଧି କରାଯାଇଛି । ପୂର୍ବରୁ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସଂଶୋଧନ କରାଯାଇଛି । ପ୍ରାୟ ୬ ବର୍ଷ ପରେ ଭଡ଼ା ସଂଶାଧନ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.