କଟକରେ ପ୍ରଥମ କୋଭିଡ୍ ସଂକ୍ରମିତ ଚିହ୍ନଟ

youtube

କଟକ: ପୁଣି ଫେରିଛି କୋରୋନା ଡର । କୋରୋନାର ନୂଆ ଭାଇରସ୍ ଭାରତରେ ତାର କାୟା ମେଲାଇଛି । ଏହା ଭିତରେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ପ୍ରଥମେ କୋରୋନାର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଆଜି କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛି ।

ତେବେ ସଂକ୍ରମିତ ଆକ୍ରନ୍ତ ଜଣକ ୪୫ ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ଗତ କିଛି ଦିନ ଧରି ଆକ୍ରାନ୍ତଜଣକ ଜ୍ଵର ଓ ଥଣ୍ଡାରେ ପିଡିତ ଥିଲେ । ସେ କୋଭିଡ ଟେଷ୍ଟ କରିବା ପରେ ପଜିଟିଭ ଆସିଥିବା ଜଣାପଡ଼ିଛି । ଏବେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ସଂକ୍ରମିତ ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ରହିଥିବା କହିଛନ୍ତି କଟକ ସିଡିଏମଓ ।

ଏହାକୁ ମିଶାଇ ଓଡ଼ିଶାରେ କୋଭିଡ ପଜିଟିଭଙ୍କ ସଂଖ୍ୟା ୬ ରେ ପହଞ୍ଚିଛି । ଭୁବନେଶ୍ବରରୁ ୪ ଜଣ ଓ ଖୋର୍ଦ୍ଧାରୁ ଜଣେ ଏବଂ କଟକରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.