ଲାହୋରରେ ଦେଖାଦେଲା ପହଲଗାଓଁ ଆକ୍ରମଣର ଷଡ଼ଯନ୍ତ୍ରକାରୀ

add-all

ସାମ୍ନାକୁ ଆସିଛି ପହଲଗାଓଁ ଆକ୍ରମଣର ଷଡ଼ଯନ୍ତ୍ରକାରୀ ସଇଫୁଲ୍ଲା କସୁରୀ। ଲାହୋରରେ ଏକ ଶୋଭାଯାତ୍ରାରେ କସୁରୀ ଯୋଗଦେଇଥିବାବେଳେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ, ସୁରକ୍ଷାକର୍ମୀ, ଲଶ୍କର ଆତଙ୍କୀ ସଂଗଠନର କମାଣ୍ଡର ତା’କୁ ଘେରି ରହିଥିଲେ। ପହଲଗାଓଁ ଆକ୍ରମଣର ଅଭିଯୁକ୍ତ ହେବା ପରେ ସେମାନେ ବହୁତ ପ୍ରସିଦ୍ଧ ହୋଇଯାଇଛନ୍ତି ବୋଲି କସୁରୀ କହିଥିଲା।

ପହଲଗାଓଁ ଆକ୍ରମଣ ପାଇଁ କସୁରୀ ଷଡ଼ଯନ୍ତ୍ରକାରୀ ନୁହେଁ ବୋଲି କହିଥିଲା। କିନ୍ତୁ ଲାହୋର ରାଲିରେ ଏଭଳି ମନ୍ତବ୍ୟ ଦେବା ପରେ ତା’ର ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ଶୋଭାଯାତ୍ରା ସଭାମଞ୍ଚରେ କସୁରୀ ସହିତ ଲଶ୍କର ମୁଖ୍ୟ ହାଫିଜ ସଇଦ ପୁଅ ତହ୍ଲା ସଇଦ, ପଞ୍ଜାବ ପ୍ରଦେଶ ବିଧାନସଭା ବାଚସ୍ପତି ମଲିକ ଅହମଦ ଖାନ ବି ଉପସ୍ଥିତ ଥିଲେ।

ହାଫିଜ ସଇଦ ପୁଅ ତହ୍ଲା କହିଥିଲା ପାକ୍ ସେନାର ଅପରେସନ ବୁନୟାନ ଅଳ-ମାରସୁସକୁ ପ୍ରଶଂସା କରିଥିଲା। ଯେଉଁମାନେ ଜିହାଦକୁ ଭଲପାଆନ୍ତି, ସେମାନଙ୍କୁ ଆଲ୍ଲା ଭଲପାଆନ୍ତି ବୋଲି କହିଥିଲା। ଏହି ସମୟରେ କସୁରୀ ଏବଂ ଅନ୍ୟମାନେ ଖୁସି ମନାଇଥିଲେ।

କସୁରୀ ଆହୁରି କହିଥିଲା ଯେ, ନରେନ୍ଦ୍ର ମୋଦୀ ଭାବୁଛି ଆମେ ଗୁଳିକୁ ଡରିବା ଲୋକ। ଏହା ଭାବିବା ମୋଦୀର ଭୁଲ।

ଭାରତର ଅପରେସନ ‘ସିନ୍ଦୂର’କୁ ନେଇ ପାକ୍ ଭୟଭୀତ ହୋଇ ଅସ୍ତ୍ରବିରତି ପାଇଁ କାକୁତିମିନତି ହୋଇଥିଲା। କିନ୍ତୁ ଏସବୁ ପାକିସ୍ତାନର ଏକ ଅଭିନୟ ବୋଲି କୁହାଯାଉଛି। ଉପରେ ଶାନ୍ତି ପ୍ରସ୍ତାବ ଦେଇ ଭିତରେ ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଥିବା ସ୍ପଷ୍ଟ ହୋଇଛି।

ad-week
Leave A Reply

Your email address will not be published.