୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଇଡିର ଉପନିର୍ଦ୍ଦେଶକ

add-all

ଭୁବନେଶ୍ବର: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାତରେ ଗତକାଲି ଗିରଫ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଭୁବନେଶ୍ବର ଶାଖାର ଅତିରିକ୍ତ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ଆଜି ଗିରଫ ହୋଇଛନ୍ତି। ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

୨୦୧୩ ବ୍ୟାଚ୍‌ର ଭାରତୀୟ ରାଜସ୍ବ ସେବା (ଆଇଆରଏସ୍) ଅଧିକାରୀ ଚିନ୍ତନ ରଘୁବଂଶୀଙ୍କୁ ପ୍ରାୟ ୧୨ ଘଣ୍ଟାର ପଚରାଉଚୁରା ପରେ ସିବିଆଇ ଗିରଫ କରିଥିବା ଜଣାପଡ଼ିଛି। ଏହା ପରେ ରଘୁବଂଶୀଙ୍କୁ ଭୁବନେଶ୍ବରସ୍ଥିତ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ପରବର୍ତ୍ତୀ ଶୁଣାଣି ଜୁନ୍‌ ୧୪ ତାରିଖରେ ହେବ। ଏହା ପୂର୍ବରୁ ଅଭିଯୁକ୍ତ ଅଧିକାରୀଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଯାଇଥିଲା।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚିନ୍ତନ ରଘୁବଂଶୀ ଏକ ବଡ଼ଧରଣର ଖଣି ସଂପର୍କିତ ମାମଲାର ରଫାଦଫା କରିବା ପାଇଁ ଉଦ୍ୟମ ଚଳାଇଥିଲେ। ଏଥି ପାଇଁ ସେ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। ପୂର୍ବ ଯୋଜନା ଅନୁସାରେ ଗୁରୁବାର ସନ୍ଧ୍ୟା ସମୟରେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ସେ ସିବିଆଇ ହାତରେ ଧରାପଡ଼ିଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ସିବିଆଇ ପ୍ରାୟ ଏକ ସପ୍ତାହ ପୂର୍ବରୁ ରଘୁବଂଶୀଙ୍କୁ ଲାଞ୍ଚ ନେବା ବେଳେ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ସିବିଆଇ ଜାଣିବାକୁ ପାଇଥିଲା ଖଣି ସଂପର୍କିତ ମାମଲାର ରଫାଦଫା କରିବା ପାଇଁ ରଘୁବଂଶୀ ଜଡ଼ିତ ଅଛନ୍ତି। ଏହି ସୂଚନା ଆଧାରରେ ଅତର୍କିତ ଚଢ଼ଉ ପାଇଁ ସିବିଆଇର ଅଧିକାରୀମାନେ ଜାଲ ବିଛାଇଥିଲେ। 

ad-week
Leave A Reply

Your email address will not be published.