ଗଞ୍ଜାମ ଅବକାରୀ ବିଭାଗକୁ ବଡ଼ ସଫଳତା : ୭୦ କିଲୋ ଗଂଜେଇ ଜବତ, ଡ୍ରାଇଭର ଗିରଫ

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ନିଶା ମାଫିଆ ମାନଙ୍କ ଭୁସ୍ୱର୍ଗ ପାଲଟିଛି ନୟାଗଡ଼ ଜିଲ୍ଲା। ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ରୀତିମତ ଅପମିଶ୍ରଣ ଦେଶୀ ମଦ ନୟାଗଡ଼ ଜିଲ୍ଲାକୁ ଯାଉଥିବା ଅଭିଯୋଗ ହେଉଛି। ଏବେ ଗ୍ରୀନ ଜହର ବା ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲା ଦେଇ ନୟାଗଡ଼ ଜିଲ୍ଲା କୁ ଚାଲାଣ ବେଳେ ଅବକାରୀ ବିଭାଗ ହାତରେ ଧରାପଡିଛି।ସୂଚନା ଥାଉକି କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଗଞ୍ଜାମ ଅବକାରୀ ବିଭାଗ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ମୁଖ୍ୟ ଗଞ୍ଜେଇ ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇଥିଲେ ବି ଗଞ୍ଜେଇ ସମେତ ଡ୍ରାଇଭର ଗିରଫ ହୋଇଛି। ଏଥିରୁ ସ୍ପଷ୍ଟ ପ୍ରମାଣ ହେଉଛି ଯେ, “ଦାଲମେଁ କୁଛ କାଲା ହୈ ” ଭଳି ନିଶା ମାଫିଆ ମାନେ ସେମାନଙ୍କ ସାମ୍ରାଜ୍ୟ ଏବେ ନୟାଗଡ ଜିଲ୍ଲାରେ ବିସ୍ତାର କରିଲେଣି। ଗଞ୍ଜାମ ରୁ ଅପମିଶ୍ରଣ ଦେଶୀ ମଦ କନ୍ଧ ମାଳ ଜିଲ୍ଲାରୁ ଗଞ୍ଜେଇ ନୟାଗଡ଼ ଜିଲ୍ଲାକୁ ଅବାଧ ରେ ଗଞ୍ଜାମ ଦେଇ ପ୍ରବେଶ କରୁଛି।

ଆଜି ଅବକାରୀ ବିଭାଗ ହାତରେ ଗଞ୍ଜେଇ ମାଫିଆ ଅଳ୍ପକେ ବର୍ତ୍ତୀ ଯାଇଥିଲେ ବି ତାର ୭0 କିଲୋ ଗଂଜେଇ ପ୍ରାୟ ୨୫ ଲକ୍ଷ ଟଙ୍କା କୁ ଧରିବାରେ ସଫଳ ମିଳିଛି। ଏକ୍ସ ୟୁ ଭି 500, ଗାଡି ନୁମ୍ବର OD O2 G 4224 ଗାଡ଼ିରେ ଅତି ଚତୁରତା ସହ ବାଲିଗୁଡା ଅଞ୍ଚଳରୁ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ସାନଘାଟି ଦେଇ ନୟାଗଡ଼ ଜିଲ୍ଲାର ଶରଣକୂଳ ଅଞ୍ଚଳ କୁ ଏହି ବିପୁଳ ମରିମାଣର ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି। ଯାହାକୁ ଅବକାରୀ ଧରିବାରେ ସକ୍ଷମ ହୋଇଛି l ଉକ୍ତ ଡ୍ରାଇଭର ( ବିକାଶ ଭଟ୍ଟ ) କୁ ଗିରଫ କରିବା ସହ ମୁଖ୍ୟ ଗଞ୍ଜେଇ ମାଫିଆକୁ ଧରିବାକୁ ଜାଲ ବିଛା ଯାଇଥିବା ଅବକାରୀ ଅଧିକାରୀ କହିଛନ୍ତି। ଧରା ପଡ଼ିଥିବା ଡ୍ରାଇଭର ନିକଟରୁ ଅନେକ ତଥ୍ୟ ମିଳିଥିବା ସୂଚନା l ଘଟଣା କୁ ଭିତ୍ତି କରି କେସ ନୁମ୍ବର 151/25-26 ରେ ପଞ୍ଜିକୃତ କରିଛି ଅବକାରୀ ବିଭାଗ l ଉକ୍ତ ଚଢ଼ାଉ ବେଳେ ଏସ ଆଇ ଅଜିତ ନାୟକ, ପବୀର ସାମଲ, କପିଳାସ ଭତ୍ରା, ସନ୍ତୋଷ ନାୟକ, କୁମୁଦ ପ୍ରଧାନ ଓ ବଳରାମ ଜେନା ସହଯୋଗ କରିଥିଲେ l ଗଂଜେଇ ପରି ଅପମିଶ୍ରଣ ମଦ ଚାଲାଣ କେବେ ଧରାପଡିବ ତାହା ସମୟ କହିବ।

ad-week
Leave A Reply

Your email address will not be published.