ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା -ସୁପ୍ରିମ ନିଷ୍ପତ୍ତି

youtube

ନୂଆଦିଲ୍ଲୀ : ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା । ନିଟ୍‌-ପିଜି ପରୀକ୍ଷାକୁ ନେଇ ଶୁକ୍ରବାର ସର୍ବୋଚ୍ଚନ୍ୟାୟାଳୟ ଏହି ବଡ ନିଷ୍ପତ୍ତି ନେଇଛନ୍ତି। ମାମଲାର ଶୁଣାଣି କରି ଏନବିଟିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨ଟି ସିଟିଂରେ ପରୀକ୍ଷା କରିବାକୁ ଏନବିଟିର ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି । ୨ଟି ସିଟିଂରେ ପରୀକ୍ଷାକୁ ଭୁଲ୍‌ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ । ଛାତ୍ରଛାତ୍ରୀଙ୍କୁ ସମାନ ପରିବେଶର ସୁଯୋଗ ମିଳିବା ଉଚିତ୍‌ ବୋଲି କହିଛନ୍ତି । ପୂର୍ବ ନିର୍ଦ୍ଧାରିତ ଜୁନ୍‌ ୧୫ ତାରିଖରେ ହେବ ନିଟ୍‌-ପିଜି ପରୀକ୍ଷା।

Leave A Reply

Your email address will not be published.