ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ

add-all

ଜେରୁଜେଲମ: ହମାସର ଗାଜା ମୁଖ୍ୟ ମହମ୍ମଦ ସିନଓ୍ବାରକୁ ନିପାତ କରିବା ପରେ ଇସ୍ରାଏଲୀ ସେନା ଆଉ ଏକ ବଡ଼ ସଫଳତା ହାସଲ କରିଛି। ଇସ୍ରାଏଲୀ ସେନା (ଆଇଡିଏଫ୍) ଲେବାନନରେ ଏକ ବିମାନ ଆକ୍ରମଣରେ ଜଣେ ଶୀର୍ଷ ହିଜବୁଲ୍ଲା କମାଣ୍ଡରଙ୍କୁ ହତ୍ୟା କରିଛି। ଆଇଡିଏଫ୍ ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛି ଯେ ଏହା ଦକ୍ଷିଣ ଲେବାନନରେ ହିଜବୁଲ୍ଲା କମାଣ୍ଡର ମହମ୍ମଦ ଅଲି ଜାମୋଲକୁ ହତ୍ୟା କରିଛି। ଆଇଡିଏଫ୍ ଅନୁଯାୟୀ, ଜାମୋଲ ଦକ୍ଷିଣ ଲେବାନନର ଡେର ଅଲ-ଜହରାନି ଅଞ୍ଚଳରେ ହିଜବୁଲ୍ଲାର ରକେଟ ଆରେର ଶାକିଫ ଅଞ୍ଚଳର କମାଣ୍ଡର ଥିଲା।

ଇସ୍ରାଏଲ ସେନା ଆକ୍ରମଣରେ ମୃତ୍ୟୁବରଣ କରିଥିବା ଅଲି ଜାମୋଲ୍ ଯୁଦ୍ଧ ସମୟରେ ଇସ୍ରାଏଲୀ ନାଗରିକ ଏବଂ ଆଇଡିଏଫ୍ ସୈନିକଙ୍କ ଉପରେ ଅନେକ ରକେଟ ଆକ୍ରମଣ ପାଇଁ ଦାୟୀ ଥିଲା। ସେ ଦକ୍ଷିଣ ଲେବାନନରେ ହିଜବୋଲା ଆତଙ୍କବାଦୀ ସଂଗଠନର ଭିତ୍ତିଭୂମି ପୁନଃସ୍ଥାପନ ପ୍ରୟାସରେ ସାମିଲ ଥିଲା। ଆଇଡିଏଫ୍ କହିଛି ଯେ ଜାମୋଲର କାର୍ଯ୍ୟକଳାପ ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ହୋଇଥିବା ଚୁକ୍ତିନାମାର ସ୍ପଷ୍ଟ ଉଲ୍ଲଂଘନ ଥିଲା। ଇସ୍ରାଏଲ ପ୍ରତି ସେମାନେ ସୃଷ୍ଟି କରିଥିବା ଯେକୌଣସି ବିପଦକୁ ଦୂର କରିବା ପାଇଁ ଆଇଡିଏଫ୍ ଏହିପରି କାର୍ଯ୍ୟ ଜାରି ରଖିବ।

ad-week
Leave A Reply

Your email address will not be published.