
ଜଳେଶ୍ୱର : ଗାଁରେ ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ପୋଲିସ ଚଢାଉ । ବାଲେଶ୍ବର ଜିଲ୍ଲା ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ସାହାବାଜିପୁର ଗାଁରେ ଚଢାଉ କରିଛି ପୋଲିସ ।
ଗତ ୨୫ ତାରିଖରେ ଓଡିଶା -ପଶ୍ଚିମବଙ୍ଗ ସୀମାନ୍ତ ସାହାବାଜିପୁର ଗାଁରେ ବାଂଲାଦେଶୀ ଅନୁପ୍ରବେଶକାରୀ ପଶିଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ । ଅନ୍ୟପଟେ ଭୋଗରାଇ ବ୍ଲକ ସୀମାନ୍ତ ଗାଁରେ ଦିନକୁ ଦିନ ବାଲାଂ ଦେହଜୀବୀଙ୍କ ପ୍ରାଦୃଭାବ ବଢ଼ିବା ସହ ଗାଁରେ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହୋଇଥିଲା । ଗାଁର କିଛି ଲୋକ ଏହି ଦେହଜୀବୀଙ୍କୁ ଘରେ ଭଡ଼ା ଦେଇ ରଖୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିଥିଲେ ଗ୍ରାମବାସୀ । ଏନେଇ ଆଜି ତାଳସାରୀ ପୋଲିସ ସୀମାନ୍ତ ଗାଁ ସାହାବାଜିପୁରରେ ଚଢ଼ାଉ ଆରମ୍ଭ କରିଛି । ଘର ମାଲିକଙ୍କୁ ପଚରା ଉଚରା ସହ ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରିଛି ମେରାଇନ ପୋଲିସ ।