ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି, ଭୟଭୀତ ନ ହେବାକୁ କହିଲା ସ୍ବାସ୍ଥ୍ୟ ବିଭାଗ

youtube

ଭୁବନେଶ୍ୱର : ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି । ଗତକାଲି ରାଜ୍ୟରେ କୋଭିଡ ପଜିଟିଭଙ୍କ ସଂଖ୍ୟା ୫ ରହିଥିଲା । ଏବେ ଆଉ ଦୁଇ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭ ଛୁଇଁଛି । ଏହା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ସଚିବ ଏସ ଅଶ୍ବଥି । ଆଉ ଜଣେ କୋଭିଡ ପଜିଟିଭ ମଧ୍ୟ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏହାର ସମ୍ପୂର୍ଣ୍ଣ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗ ପାଖକୁ ଆସିନାହିଁ । ଏବେ କୋଭିଡ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଏବେ ଯେଉଁ ଭାରିଏଣ୍ଟ ଚିହ୍ନଟ ହୋଇଛି ତାହା ମାଇଲଡ ଷ୍ଟ୍ରେନ । ତେଣୁ କେହି ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.