ଭାଇ ବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲା ଦେଢ଼ଶୁର, ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

add-all

କଟକ : ଭାଇ ବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ, ସଜ୍ଜା ଭୋଗିଲେ ଦେଢ଼ଶୁର। ଏକ ଦୁଷ୍କର୍ମ ଅଭିଯୋଗ ମାମଲାର ଶୁଣାଣି କରି ଆଜି ରାୟ ପ୍ରକାଶ କରିଛନ୍ତି କଟକ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟ। ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହିତ, ପୀଡ଼ିତାଙ୍କୁ ଚାରି ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅଞ୍ଚଳର ଅଭିଯୁକ୍ତ ମନୋଜ ବାରିକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କାର ଜୋରିମାନା, ଏବଂ ଅନାଦେୟ ଅଧିକ ଏକ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ୨୦୨୧ ମସିହା ମାର୍ଚ୍ଚ ମାସ ୨୮ ତାରିଖ ରାତିରେ ଏହି ଦୁଷ୍କର୍ମ ଘଟଣା ଘଟି ଥିବା ବେଳେ, ଏପ୍ରିଲ ମାସ ଚାରି ତାରିଖରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏପ୍ରିଲ ମାସ ୩୦ ତାରିଖରେ ଗିରଫ ହୋଇଥିଲେ ଅଭିଯୁକ୍ତ। ପରବର୍ତ୍ତୀ ସମୟରେ ତାଙ୍କୁ ଜାମିନ୍ ମିଳିଥିଲା।

ad-week
Leave A Reply

Your email address will not be published.