ଉତ୍ତର-ପୂର୍ବ ଭାରତରେ ଜଳ ପ୍ରଳୟ : ଅଧିକ ପ୍ରଭାବିତ ସିକ୍କିମ

youtube

ନୂଆଦିଲ୍ଲୀ: ବେହାଲ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ । ବିଭିନ୍ନ ସ୍ଥାନରେ ବର୍ଷା ପରେ ବନ୍ୟା ସ୍ଥିତି ଉପୁଜିଛି । ରାସ୍ତାରେ ପାଣି, ଘରେ ପାଣି, ବାହାରେ ପାଣି । ଜଳ ପାଇଁ ଜୀବନ ଜଳବନ୍ଦୀ ହୋଇଛି । କେଉଁଠି ଭୂସ୍ଖଳନରେ ଗାଡିରେ ଯାଉଥିବା ଯାତ୍ରୀଙ୍କ ମୃତ୍ୟୁ ହେଲାଣି ତ କେଉଁ ଏନଏଚ ଉପରେ ପାଣି ଜମିଲାଣି । ପାଣିର ପ୍ରଳୟ ପାଇଁ ଏକ ପ୍ରକାର ଅଟକିଯାଇଛି ଉତ୍ତର-ପୂର୍ବ ଭାରତ ।
ମୌସୁମୀ ଜନିତ ୨ ଦିନର ଲଗାଣ ବର୍ଷା ବନ୍ୟା ପରିସ୍ଥିତି ଆଣିଥିବା ବେଳେ ଏଥିରେ ୩୦ ଜଣ ଲୋକଙ୍କ ପ୍ରାଣହାନୀ ହୋଇଥିବା ବିଭିନ୍ନ ଗଣମାଧ୍ଯମରେ ପ୍ରକାଶ ପାଇଛି । ମହିଳା, ଶିଶୁଙ୍କ ସମେତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ମୃତାହତଙ୍କ ସଂଖ୍ଯା ଧିରେ ଧିରେ ବଢୁଛି । କେଉଁଠି ଘର ଧସି ତ କେଉଁଠି ପାଣିରେ ଭାସି ମୃତ୍ୟୁ ହୋଇଛି ।
ତେବେ ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ସିକ୍କିମ । ପାଖାପାଖି ୧୫୦୦ ପର୍ଯ୍ଯଟକ ସିକ୍କିମର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ।ଭୂସ୍ଖଳନ ପରେ ରାସ୍ତା ବ୍ଲକ ଥିବାରୁ କୁଆଡେ ବି ଯାଇ ପାରୁ ନାହାନ୍ତି । ତିସ୍ତା ନଦୀର ଜଳସ୍ତର ବଢୁଥିବାରୁ ବନ୍ୟା ଅଧିକ ଉଗ୍ରରୂପ ନେଉଛି । ଉତ୍ତର ସିକ୍କିମ ଅଧିକ ପ୍ରଭାବିତ ହୋଇଥିବା ବେଳେ ଫିଡାଙ୍ଗ ବ୍ରିଡ୍ ଜଳର ପ୍ରବଳ ସ୍ରୋତ ଆଗରେ କ୍ଷତିଗ୍ରସ୍ତ ହୋଇଛି । ଲୋକଙ୍କ ଲାଇଫ ଲାଇନ୍ କୁହାଯାଉଥିବା ଏହି ବ୍ରିଜ୍ ତଳେ ପାଣି ପ୍ରଖର ମାତ୍ରାରେ ପ୍ରବାହିତ ହେଉଛି । ଯାହା ବ୍ରିଜ୍ ଭାଙ୍ଗିଦେଇ ପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରିଛନ୍ତି ।
ସେହିପରି ବନ୍ୟାରେ ଉବୁଟୁବୁ ଆସାମ । ରାଜ୍ୟର ୧୭ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି । ପ୍ରାୟ ୭୮ ହଜାର ଲୋକେ ଜଳବନ୍ଦୀ ଅଛନ୍ତି । ୧୨୦୦ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟ ସ୍ଥଳକୁ ନିଆଯାଇଛି ।  ସେପଟେ ଲଗାଣ ବର୍ଷାରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ବେହାଲ ହୋଇଥିବା ବେଳେ ଆସାମ, ମଣିପୁର, ସିକ୍କିମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ଓ ଭୁସ୍ଖଳନ ସ୍ଥିତି ଉପୁଜିଛି । ରାସ୍ତାଘାଟ, ଘରଦ୍ବାର ଚାରିଆଡ଼େ ପାଣି ହିଁ ପାଣି । ପାଣି ଘେରରେ ରହିଥିବା ଲୋକଙ୍କୁ ଏନଡିଆରଏଫ୍, ଏସଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

Leave A Reply

Your email address will not be published.