ରଥଯାତ୍ରା ପାଇଁ ବସିବ କୋଭିଡ ସମୀକ୍ଷା ବୈଠକ

add-all

ଭୁବନେଶ୍ୱର : ରାଜ୍ୟରେ ବଢୁଥିବା କୋଭିଡ ରୋଗୀଙ୍କ ସଂଖ୍ୟାକୁ ଦେଖି ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଛି । ତେଣୁ ଆସନ୍ତାକାଲି କିମ୍ବା ଦୁଇଦିନ ମଧ୍ୟରେ ହେବ ସମୀକ୍ଷା ବୈଠକ । ସମୀକ୍ଷା ପରେ ରଥଯାତ୍ରା ନେଇ ନିଆ ଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।

ରାଜ୍ୟ ଅଥରିଟିଙ୍କ ପାଖରେ ପ୍ରେଜେଣ୍ଟ କରାଯିବ। ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେଲା ସ୍ୱାସ୍ଥ୍ୟ ବିଭାଗ। ଷ୍ଟାଣ୍ଡର୍ଡ ପ୍ରୋଟୋକୋଲ ମାନିବାକୁ ପରାମର୍ଶ। ଲୋକଙ୍କୁ ଗହଳିକୁ ନ ଯିବାକୁ ପରାମର୍ଶ, ହାତ ଧୋଇବା ସହ ଗ୍ଲୋବସ ପିନ୍ଧିବା ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ। ନିଶ୍ଚିତ ଏହା ପାଳନ କରିବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ।

ସେପଟେ ବଢ଼ିଲା କୋଭିଡ ରୋଗୀଙ୍କ ସଂଖ୍ୟା। ଗତକାଲି ସୁଦ୍ଧା ରାଜ୍ୟରେ ୧୨ ଟି କୋଭିଡ କେସ ଥିଲା। କାଲି ରାତିରେ ଖବର ଅନୁଯାୟୀ ଆଉ ତିନୋଟି କେସ ଆସିଥିବା ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ। ଆଵଶ୍ୟକତା ଅନୁଯାୟୀ ସବୁ ଜିଲ୍ଲାକୁ ଟେଷ୍ଟିଙ୍ଗ କୀଟ ଯୋଗାଇ ଦିଆଯାଇଛି। ସିଭିୟର କେଶର ଟେଷ୍ଟିଙ୍ଗ କରାଯାଉଛି। ଆରଟିପିସିଆର ଟେଷ୍ଟ ସୁବିଧା ଥିଲେ ମଧ୍ୟ କୀଟରେ ଅଧିକ ଟେଷ୍ଟ ହେଉଛି। ଜିଲ୍ଲା ସିଡିଏମଓ ମାନେ ଦାୟିତ୍ୱରେ ଅଛନ୍ତି। ଓଡିଶାକୁ ବହୁତ ଟେଷ୍ଟିଙ୍ଗ କୀଟ ଆସିଛି ବୋଲି ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ।

ad-week
Leave A Reply

Your email address will not be published.