ପାକ୍ ଆତଙ୍କବାଦୀର ରହସ୍ୟଜନକ ମୃତ୍ୟୁ

youtube

ଇସ୍ଲାମାବାଦ : ପାକିସ୍ତାନୀ ଆତଙ୍କବାଦୀଙ୍କ ରହସ୍ୟମୟ ମୃତ୍ୟୁ ଜାରି ରହିଛି । ଏବେ ଏହି ତାଲିକାରେ ଜୈଶ-ଏ-ମହମ୍ମଦର ଜଣେ ଶୀର୍ଷ କମାଣ୍ଡର ଅବଦୁଲ ଅଜିଜ ଏସାରର ନାମ ଯୋଡା ଯାଇଛି। ପାକିସ୍ତାନର ପଞ୍ଜାବ ଜିଲ୍ଲାରେ ରହସ୍ୟମୟ ପରିସ୍ଥିତିରେ ତାହାର ମୃତଦେହ ମିଳିଛି।

ଅବଦୁଲ ଅଜିଜ ଏସାର ଭାରତ ବିରୋଧୀ ଭାଷଣ ଦେବା ପାଇଁ ଜଣାଶୁଣା ଥିଲା। ତା ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତାର ଅନ୍ତିମ ସଂସ୍କାର ଜୁନ୍ ୩, ମଙ୍ଗଳବାର ଦିନ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ବାହାୱଲପୁରରେ କରାଯାଇଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ, ଅବଦୁଲ ଅଜିଜ ଗଜୱା-ଏ-ହିନ୍ଦ ମାଧ୍ୟମରେ ତା ଉତ୍ତେଜକ ଭାଷଣ ମାଧ୍ୟମରେ ଯୁବକମାନଙ୍କୁ ଜିହାଦୀରେ ପରିଣତ କରୁଥିଲେ। ତାଙ୍କ ଭାଷଣ ପ୍ରାୟତଃ ଜୈଶର ସୋସିଆଲ ମିଡିଆ ଚ୍ୟାନେଲରେ ଭାଇରାଲ ହେଉଥିଲା।

ଏହା ପୂର୍ବରୁ ମଧ୍ୟ ଅନେକ ଆତଙ୍କବାଦୀଙ୍କୁ ରହସ୍ୟମୟ ବନ୍ଧୁକଧାରୀମାନେ ଗୁଳି କରି ହତ୍ୟା କରିଥିଲେ । ବିଗତ କିଛି ବର୍ଷ ମଧ୍ୟରେ ଏପରି ଘଟଣା ବଢିଚାଲିଥିବାରୁ ଆତଙ୍କବାଦୀମାନେ ଚିନ୍ତାରେ ଅଛନ୍ତି । ସେପଟେ ଅପରେସନ ସିନ୍ଦୂରରେ ଭାରତ ପାକିସ୍ତାନର କେତେକ ପ୍ରମୁଖ ଆତଙ୍କବାଦୀ ଟ୍ରେନିଂ ସେଣ୍ଟରକୁ ଧ୍ବଂସ କରିବା ସତ୍ତ୍ବେ ଏବେ ବି ଆତଙ୍କବାଦୀ ସକ୍ରିୟ ଅଛନ୍ତି ।

Leave A Reply

Your email address will not be published.