କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ୍ ଅଧିକାରୀ ଆଶିଷ ଠାକରେ

youtube

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ୍ ଅଧିକାରୀ ଆଶିଷ ଠାକରେ । ୨୦୧୧ ବ୍ୟାଚର ଏହି ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ସେ ଦିଲ୍ଲୀରେ ଭିନ୍ନକ୍ଷମ ଶସକ୍ତିକରଣ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଭାବେ କାମ କରିବେ । ଏନେଇ DOPT ପକ୍ଷରୁ ଆଜି ବିଦ୍ଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଏହି ନିଯୁକ୍ତି ତାଙ୍କୁ ୫ ବର୍ଷ ପାଇଁ ମିଳିଛି । ୩ ସପ୍ତାହ ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି । DOPT ପକ୍ଷରୁ ଏନେଇ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ପୂର୍ବରୁ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଆଦି ଜିଲ୍ଲାର ଜିଲ୍ଲାପାଳ ଭାବେ ସେ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.