ଡିଜିଟାଲ୍‌ ଆରେଷ୍ଟକୁ ନେଇ ସତର୍କ ରହିବାକୁ କିହିଲା ଓଡ଼ିଶା ପୋଲିସ

add-all

ଭୁବନେଶ୍ୱର: ଭାରତୀୟ ଆଇନରେ ଡିଜିଟାଲ୍‌ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ। ଏନେଇ ‘ଏକ୍ସ’ ଯୋଗେ ସତର୍କ ରହିବାକୁ ସୂଚନା ଦେଇଛି ଓଡ଼ିଶା ପୋଲିସ। ଆଜିକା ଦିନରେ ସାଇବର ଅପରାଧିମାନେ ବିଭିନ୍ନ ଉପାୟରେ ଠକୁଛନ୍ତି। ତେଣୁ ସାଧାରଣ ଜନତା ସାବଧାନ ରହିବା ଉଚିତ୍।

ସାଇବର ଅପରାଧୀମାନେ ନିଜକୁ ନ୍ୟାୟିକ ଅଧିକାରୀ, ପୋଲିସ ଅଧିକାରୀ, ସିବିଆଇ କିମ୍ବା କଷ୍ଟମ୍ ଅଧିକାରୀ ବୋଲି ପରିଚୟ ଦେଇ ଡିଜିଟାଲ ଗିରଫ କରିବାକୁ କହି ସାଧାରଣ ଲୋକଙ୍କୁ ଠକୁଛନ୍ତି। ଏଭଳି ଫୋନ କଲ ଆସିବା ମାତ୍ରେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ୧୯୩୦କୁ ଯୋଗାଯୋଗ କରି ଅଭିଯୋଗ କରନ୍ତୁ।

ଓଡିଶା ପୋଲିସ ଏକ୍ସରେ ପୋଷ୍ଟ କରି କହିଛି ଯେ ଏଭଳି ଫୋନ କଲ ଆସିବା ମାତ୍ରେ, ସଙ୍ଗେ ସଙ୍ଗେ ଅଣଦେଖା କରନ୍ତୁ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

ad-week
Leave A Reply

Your email address will not be published.