
ଭୁବନେଶ୍ବର : ଓଡ଼ିଆଙ୍କୁ ସମ୍ପର୍ପିତ ହେବ କଳିଙ୍ଗ ଯୁଦ୍ଧ ଇତିହାସ । ଇତିହାସର ସତ୍ୟତା ଏବଂ ଏହାର ରୁଚି ବୋଧତା ପାଠକଙ୍କ ପାଖେ ପହଞ୍ଚା ଯିବ । ଯାହାର ଦାୟିତ୍ବ ନେଇଛି ସାହିତ୍ୟ ଏକାଡେମୀ । ଯେଉଁ ଉତ୍ତର ପୀଢ଼ି ଆମ ସାହିତ୍ୟ ପଢ଼ିବେ ସେମାନଙ୍କ ପାଖେ ଓଡ଼ିଆ ଜାତୀୟତାବାଦ ପହଞ୍ଚି ପାରୁଛି କି ନାହିଁ ସେନେଇ ଏହି ପ୍ରୟାସ ଆରମ୍ଭ ହୋଇଛି । ଖ୍ରୀଷ୍ଟପୂର୍ବ ୬୦-୬୧ ସମୟରେ ସଂଗଠିତ ହୋଇଥିବା କଳିଙ୍ଗ ଯୁଦ୍ଧରେ ସତ୍ୟାସତ୍ୟ କଣ !
କଳିଙ୍ଗ ଯୁଦ୍ଧ ସମ୍ପର୍କରେ ସକାରାତ୍ମକ ନକାରାତ୍ମକ ତଥ୍ୟକୁ ଆଲୋଚନା କରାଯିବ ।
ଯାହା ନିର୍ଯାସ ବାହାରିବ ତାହାକୁ ଲେଖାଯିବ । ତେବେ ଛାତ୍ର ଛାତ୍ରୀ ଏହାକୁ ଆଗକୁ ନେବାର ଦାୟିତ୍ବ ନେବେ । ସାହିତ୍ୟ ଏକାଡେମୀ ଏହି ଇତିହାସକୁ ସର୍ବ ଭାରତୀୟସ୍ତରରେ ପହଞ୍ଚାଇବା ପାଇଁ ପ୍ରତିଜ୍ଞା ବଦ୍ଧ ହେବ । ଅନ୍ୟପଟେ ଆନ୍ତର୍ଜାତୀୟ ସ୍ତରରେ କଳିଙ୍ଗ ଯୁଦ୍ଧକୁ ନେଇ ଯାହା ମତବାଦ ରହିଛି ତାହା ଉପରେ ଅଧ୍ୟୟନ କରାଯିବ । ସେହିପରି ନୌ ବାହିନୀ ପ୍ରସଙ୍ଗକୁ ମଧ୍ୟ ଆଲୋଚନା କରିଥିଲେ । ଆମ ଇତିହାସ ଆମେ ଲେଖିବା । ଏହି ଆହ୍ବାନ କ୍ରମରେ ଓଡ଼ିଶା ଇତିହାସରେ କଳିଙ୍ଗ ଯୁଦ୍ଧ ପ୍ରସଙ୍ଗ ପୁନର୍ବାର ଲେଖା ଯିବ ।
ଏନେଇ ଭୁବନେଶ୍ବର ପାନ୍ଥ ନିବାସ କଳିଙ୍ଗ ସମ୍ମିଳନୀ କକ୍ଷ ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କଳିଙ୍ଗ ଯୁଦ୍ଧ କର୍ମଶାଳା ଆୟୋଜିତ କରିଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ ଅତିଥି ଭାବେ ଯୋଗ ଦେଇଥିଲେ ସଂସ୍କୃତି ମନ୍ତ୍ରୀ ସୁରଜ୍ ବଂଶୀ ସୁରଜ । ଏଥିସହ ଉପସ୍ଥିତ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାସ , ସାହିତ୍ୟିକ ତଥା ସ୍ତମ୍ଭକାର ଅଭୟ ଦିୱେଦୀ ପ୍ରମୁଖ ଉପସ୍ଥିତ ଥିଲେ ।