
ଭୁବନେଶ୍ବର: ଭିଜିଲାନ୍ସ ରେଡ୍ ନେଇ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତି ପାଇଁ ମୁଁ ନିଜେ ୯ ଜଣ ଜେଇଇ ଓ ବିଡ଼ିଓଙ୍କୁ ନିଳମ୍ବନ କରିଛି । ଆମକୁ କିଛି ଅଭିଯୋଗ ଆସିଥିଲା , ଏହା ପରେ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି । ଯିଏ ଦୁର୍ନୀତି କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।
ସେ ଆହୁରି କହିଛନ୍ତି ଯେ, ପଞ୍ଚାୟତିରାଜ ବିଭାଗ ଖୋଜୁଛି ମୂଷା , ପୁରୁଣା ମୂଷା ହେଉ କି ନୂଆ ମୂଷା, ଦଣ୍ଡ ପାଇବା ନିଶ୍ଚିତ । ବିଭାଗରେ ମୂଷା ହୁଅନ୍ତୁ କି ବିରାଡ଼ି ସମସ୍ତେ ଆଇନ ଆଗରେ ସମାନ । ଆମେ ଏଭଳି ମୂଷାଙ୍କୁ ଖୋଜୁଛୁ ଯିଏ କି ଏବେ ଭିଜିଲାନ୍ସରେ ଧରାପଡିଛନ୍ତି ବୋଲି ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି ।