କୋରାପୁଟ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ, ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ମୃତ୍ୟୁ ଘଟଣାର କରିବେ ସ୍ଥିତି ଅନୁଧ୍ୟାନ

youtube

କୋରାପୁଟ: ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୬ ରୋଗୀ ମୃତ୍ୟୁ ଘଟଣାରେ ଅନୁଧ୍ୟାନ ପାଇଁ ମେଡିକାଲ ଯିବେ ସ୍ବାସ୍ଥ୍ୟମନ୍ତ୍ରୀ। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରିବେ। ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଘଟଣା ନେଇ ପଚରାଉଚରା କରିବେ। ସେହିପରି ଏହି ଘଟଣାର ତଦନ୍ତ କରିବ ପାଞ୍ଚ ଜଣିଆ ଟିମ। ଡିଏମଇଟି ଗଠନ କରିଛନ୍ତି ପାଞ୍ଚ ଜଣିଆ ଟିମ। ଏହି ଟିମରେ ଏମକେସିଜି ବ୍ରହ୍ମପୁରରୁ ତିନି ଜଣ ଓ ଏସସିବିରୁ ଦୁଇ ଜଣ ସଦସ୍ଯ ରହିଛନ୍ତି। ଏମାନେ ସହିଦ ଲଷ୍ମଣ ନାୟକ ମେଡିକାଲ କଲେଜ ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ।

ସେହିପରି ଆଜି ଏସ୍‌ସିବିର ଆଉ ଦୁଇ ଜଣ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଯିବେ। ତଦନ୍ତ ପରେ ଆଜି ତଦନ୍ତ ରିପୋର୍ଟ ଦେବେ ତଦନ୍ତକାରୀ ଦଳ। ନର୍ସଙ୍କ ଭୁଲ ଇଞ୍ଜେକସନରୁ ୬ ରୋଗୀଙ୍କ ମୃତ୍ୟ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଜି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଡିଏମଇଟି ଘଟଣାର ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ତଦନ୍ତ ସରିବା ପରେ ବ୍ୟବଚ୍ଛେଦ ରିପୋର୍ଟ ସହ ମେଳ କରାଯିବ । ଏହାପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାତିରେ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଏଭଳି ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ମେଡିକାଲ ଡିନ କିନ୍ତୁ ଭୁଲ ଇଞ୍ଜେକ୍ସନ କଥାକୁ ଖଣ୍ଡନ କରିଛନ୍ତି ।

Leave A Reply

Your email address will not be published.