ଭୁବନେଶ୍ବର ଲୋୟର ପିଏମଜିରେ ଶିକ୍ଷକଙ୍କ ରଣହୁଙ୍କାର, ଚାକିରି ସ୍ଥାୟୀ ଦାବି କରି ଆନ୍ଦୋଳନ

youtube

ଭୁବନେଶ୍ୱର : ରାଜରାସ୍ତାରେ ଶିକ୍ଷକଙ୍କ ଗର୍ଜନ । ୨ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ କନିଷ୍ଠ ଶିକ୍ଷକ । ହାତରେ ଚକ୍ ବଦଳରେ ପ୍ଲାକାର୍ଡ, ଶିକ୍ଷାଦାନ ପରିବର୍ତ୍ତେ ହକ୍ ଆଉ ଅଧିକାର ପାଇଁ ଚାଲିଛି ଲଢେଇ । ଏନେଇ ଭୁବନେଶ୍ବର ଲୋୟର ପିଏମଜିରେ ରଣହୁଙ୍କାର ଦେଉଛନ୍ତି କନିଷ୍ଠ ଶିକ୍ଷତ ବୃନ୍ଦ ।

ଗତ୨୦୨୩ -୨୪ ରେ ଚାକିରି ପାଇଥିବା ଶିକ୍ଷକଙ୍କୁ ସରକାର ରେଗୁଲାର କରୁନଥିବା ଅଭିଯୋଗ ହୋଇଛି । ରେଗୁଲାର ଦାବି ନେଇ ହଜାର ହଜାର ସଂଖ୍ୟାରେ କନିଷ୍ଠ ଶିକ୍ଷକ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ସେହିପରି ବାଲବାଟିକା ପାଇଁ ନୂଆ ପୋଷ୍ଟିଂ ଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.