ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌ଙ୍କ ପରଲୋକ

youtube

ବରଗଡ଼: ପରଲୋକରେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ମହମ୍ମଦ ରଫିକ୍‌ । ଶୁକ୍ରବାର ସକାଳ ପ୍ରାୟ ୬ଟା ୩୦ମି ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେଲା ରକ୍ତ ଶର୍କରା ଜନିତ ରୋଗରେ ପୀଡିତ ଥିଲେ । ବରଗଡ଼ର ଏକ ଘରୋଇ ହସ୍ପିଟାଲରେରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ତେବେ ୨୦୦୪ ରୁ ୨୦୦୯ପର୍ଯ୍ୟନ୍ତ ସେ ତତ୍କାଳୀନ ମେଳଛାମୁଣ୍ଡା ବିଧାନସଭା କ୍ଷେତ୍ରର ବିଧାୟକ ଥିଲେ । ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ ମଧ୍ୟ ସେ କାମ କରିଥିଲେ । ସ୍ବର୍ଗତଃ ରଫିକ୍‌ ଅବିବାହିତ ଥିଲେ । ନିଜର ଅମାୟିକ ବ୍ୟବହାର, ସରଳ ସ୍ବଭାବ ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଅତି ପ୍ରିୟ ଥିଲେ । ତାଙ୍କ ବିୟୋଗରେ ସୋହେଲା ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି ।

Leave A Reply

Your email address will not be published.