ଉମରକୋଟ : ଡେପଗୁଡା ଗାଁକୁ ଯିବା ପାଇଁ ବାଧକ ସାଜିଛି କଲଭଟ…

ପ୍ରଶାସନ ର ଦୃଷ୍ଟି ପଡିବ କେବେ…?

youtube

ଉମରକୋଟ /ବେହେଡା:– (୦୬/୦୬/୨୦୨୫) ବଦଳିଛି ଯୁଗ ବଦଳିଛି ସମୟ। ବିକଶିତ ଗାଁ, ବିକଶିତ ଭାରତ, ଯେଉଁ ଜାଗାରେ ନାରା ଓ ଢେଣ୍ଡେରା ପିଟୁଛନ୍ତି,ହେଲେ ସ୍ୱାଧୀନତାର ଏତେ ବର୍ଷ ପରେ ବି ଜୟପୁର ବିକ୍ରମଦେବ ରାଜାଙ୍କୁ ଠାରୁ ଜମି ପଟ୍ଟା ପାଇଥିବା ରେଭେନ୍ୟୁ ଗାଁ ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ, ଶୁଖିଗାଁ ପଞ୍ଚାୟତ ଅନ୍ତର୍ଗତ ଡେପଗୁଡାରେ ପହଁଞ୍ଚି ପାରି ନାହିଁ ସରକାରୀ ଯୋଜନାର କଲବେଟଓ ରାସ୍ତାଟିଏ। ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ।ମୌଳିକ ସୁବିଧା ଏମାନଙ୍କୁ ଯୋଗାଇ ଦିଆଯିବା ନେଇ ବାରଂବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ଓ ସରପଞ୍ଚ ଠୁ ଜିଲ୍ଲା ପ୍ରଶାସନ ଯାଏ ଉଭୟ ପଞ୍ଚାୟତ ବାସି ଅଭିଯୋଗ କରି ଆସୁଥିଲେ ମଧ୍ୟ ଗ୍ରାମ ପଞ୍ଚାୟତ ଠୁ ବ୍ଲକ ଅଧିକାରୀ ଓ ଜ଼ିଲ୍ଲା ପ୍ରଶାସନ କେହି କର୍ଣ୍ଣପାତ କରୁ ନାହାନ୍ତି। କେବେ ଏହି ରେଭେନ୍ୟୁ ଗାଁ ଲୋକେ ସରକାରୀ ଯୋଜନାରେ ସାମିଲ ହେବେ ଓ ମୌଳିକ ସୁବିଧା ପାଇବେ ?। ଏହି ଗାଁକୁ ଯିବାକୁ ହେଲେ ଉମରକୋଟ ମୁଖ୍ୟ ବ୍ଲକ ଠାରୁ ଆନୁମାନିକ ପ୍ରାୟ ୧୫ କିଲମିଟର ମୁଖ୍ୟ ରାସ୍ତା ବେହେଡା ଗାଁ ପାଖରୁ ଅଧା କିଲୋମିଟର ସଂଲଙ୍ଗନୋ ଡେପଗୁଡା ଗାଁ।ଆନୁମାନିକ ଦଶ ବାରୋ (୧୦, ୧୨)ବର୍ଷ ହେବ ଗୋଟିଏ ମାଟି ରାସ୍ତା ସ୍ୱଳ୍ପ ସରକାରୀ ଅନୁଦାନରେ ତିଆରି ହୋଇଥିଲା, ତଥ ସହିତ ଏହି ମାଟି ରାସ୍ତା ମଧ୍ୟ୍ୟ ଭାଗରେ ୩୦ ଫୁଟ ଗବୀର ନାଳ ଥିବାରୁ ଡେପଗୁଡା ଓ ସୁକିଗାଁ ପଞ୍ଚାୟତ ବାସି ନିଜ ନିଜ ଖର୍ଚ୍ଚରେ ନାଳ ଉପରେ ଅସ୍ଥାୟୀ କାଠ ପୋଲ ତିଆରି କରୀ ଦୈନନ୍ଦିନ ବିଗତ ୩୫ ବର୍ଷ କାଳ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି।ବର୍ତ୍ତମାନ ଏହି ନାଳରେ ଥିବା କାଠ ପୋଲଟି ସମ୍ପୂର୍ଣ୍ଣ ଭୁଷୁଡ଼ି ପୋଡି ଅକ୍ଷତ ଅବସ୍ଥାରେ ଡଣ୍ଡାୟମାନ।ଏଠି ବିକାଶ ଏମାନଙ୍କୁ ପାଇଁ ସାତ ସପନ ଓ ମୌଳିକ ସୁବିଧାରୁ ବଞ୍ଚିତ ଥିବାରୁ ଚିନ୍ତାରେ ଡେପଗୁଡା ଓ ଶୁଖିଗାଁ ପଞ୍ଚାୟତର ଗ୍ରାମବାସୀ। ଜ଼ିଲ୍ଲା ପ୍ରଶାସନ ସ୍ତରରେ ଏହି ରେଭେନ୍ୟୁ ଡେପଗୁଡା ଗ୍ରାମବାସୀ ଯେପରି ଗ୍ରାମକୁ ଯିବା ରାସ୍ତାରେ କଲବେଟଟି ପାଇ ପାରିବେ ସେଥିପ୍ରତି ଦୃଷ୍ଟି ଆକର୍ଶନ କରିବା ପାଇଁ ନିବେଦନ କରିଛନ୍ତି।

Leave A Reply

Your email address will not be published.