କୁକୁଡା ଗାଲି(ଜୁଆ ଖେଳ) ଚଢ଼ାଉ ବେଳେ ୭ ମୋଟର ସାଇକେଲ ସହ ଛେଳି ଜବତ…

add-all


ମାଲକାନଗିରି :ମାଲକାନଗିରି ଜିଲ୍ଲା ଗଉଡଗୁଡା ନିକଟରେ କୁକୁଡା ଗାଲି ଓ ଜୁଆ ଖେଳ ଚାଲିଥିବା ବେଳେ ମାଲକାନଗିରି ପୋଲିସ ପକ୍ଷରୁ ଚଢାଉ କରି ଗୋଟିଏ ଛେଳିକୁ ଅଟକ ରଖିବା ସହ ଅନେକ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ମାଲକାନଗିରି ସଦର ଥାନା ଅନ୍ତର୍ଗତ ଗଉଡଗୁଡା ନିକଟରେ ଆଜି କୁକୁଡା ଗାଲି ତଥା କୁକୁଡା ଲଢେଇ ଖେଳ ଓ ଜୁଆ ଖେଳ ଚାଲିଥିଲା। ଏହି ଖେଳରେ ବିଜୟ ଲାଭ କରିବା ବ୍ୟକ୍ତିଙ୍କୁ ଛେଳି ପୁରସ୍କାର ଆକାରରେ ଦିଆଯିବାକୁ ଏକ ଛେଳି ରଖା ଯାଇଥିଲା। ତେବେ ଏହି ଖେଳ ଚାଲିବା ବେଳେ ବିଶେଷ ସୂତ୍ରରୁ ଖବର ମାଲକାନଗିରି ଏସଡିପିଓଙ୍କ ନେତୃତ୍ଵରେ ଏକ ଟିମ ସେଠାରେ ଚଢାଉ କରିଥିଲେ। ପୋଲିସକୁ ଦେଖି ସମସ୍ତେ ସେଠାରୁ ଦଉଡି ପଳାଇଥିଲେ। ତେବେ ଘଟଣା ସ୍ଥଳରେ ବିଜେତାଙ୍କୁ ଦେବା ପାଇଁ ରଖା ଯାଇଥିବା ଛେଳି ସହ ୭ଟି ମୋଟର ସାଇକେଲ ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକୁ ପୋଲିସ ଜବତ କରିଥିଲା। ଛେଳିଟିକୁ ମାଲକାନଗିରି ଥାନାରେ ବାନ୍ଧି ରଖା ଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ଜଣା ପଡିଛି।

ad-week
Leave A Reply

Your email address will not be published.