
ବିଷମକଟକ : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ରେ ଆଜି ମୁନିଗୁଡା ବନାଞ୍ଚଳ ରାୟଗଡ଼ା ବନଖଣ୍ଡ ଅଧିନରେ ଡାଙ୍ଗସୋରଡା ଫରେଷ୍ଟ ସେକ୍ସନ ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଆଜି ବିଶ୍ବ ପରିବେଶ ଦିବସ ବିଶ୍ବ ପାଳନ କରୁଥିବା ବେଳେ ରାୟଗଡ଼ା ଜିଲ୍ଲା ର ୧୧ ଗୋଟି ବ୍ଲକ ର ଚନ୍ଦ୍ରପୁର , ମୁନିଗୁଡା , ଗୁଡ଼ାରୀ, ବିଷମକଟକ ଏଭଳି ବିଭିନ୍ନ ବ୍ଲକ ରେ ପାଳନ କରାଯାଇଥିଲା। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ନିମନ୍ତେ ଆଜି ର ବିଶ୍ବ ପରିବେଶ ଦିବସ ରେ , ଦୋଡଗଣ୍ତା ଗ୍ରାମ ରେ ଥିବା ଅମୃତ ସରବର ବନ୍ଦ ଚର୍ତୁପାଶ୍ୱର୍ରେ ଦୋଡଗଣ୍ତା ଗ୍ରାମ ର ମାଁ ସନ୍ତୋଷୀ ଏସ୍.ଏଚ୍.ଜି ଗ୍ରୁପ ମାଁ ମାନଙ୍କ ସହାୟତା ରେ , ଆମ୍ବ , କାଜୁ , ଅଏଁଳା , ଜାମ୍ବକୋଳି ଏଭଳି ବିଭିନ୍ନ ଗଛ ବୃକ୍ଷ ରୋପଣ କରାଯାଇଥିଲା। ଏହି ବିଶ୍ବ ପରିବେଶ ଦିବସ ଅବସର ରେ ମୁଖ୍ୟ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ଯକାନ୍ତ ବାଙ୍ଗୁଲ , ସମ୍ମାନିତ ଅତିଥି ଡାଙ୍ଗସୋରଡା ସରପଞ୍ଚ ଅନିତା ଶବର , ସହକାରୀ ଯନ୍ତ୍ରୀ ବିଶ୍ବଜିତ ମିଶ୍ର , ପିଇଓ ରାଜେନ୍ଦ୍ର କୁମାର ପାଲ୍ , ଜି.ଆର୍.ଏସ୍ ଉମାଶଙ୍କର ରତ୍ନଲୁ , ଡାଙ୍ଗସୋରଡା ଫରେଷ୍ଟ ସୁଜାତା ସୁନା ମୁଦି , ଫରେଷ୍ଟ ଗାର୍ଡ କୁନି କୁସୁଲିଆ , କସ୍ତୁରୀ ପ୍ରହରାଜ , ଚନ୍ଦ୍ରପୁର ଫରେଷ୍ଟ କର୍ମଚାରୀ କମଳ ନାୟକ , ଏଞ୍ଜୟ୍ କର୍ମଚାରୀ ରମାକାନ୍ତ ଦାସ୍ , ବରିଷ୍ଠ ସମାଜ ସେବୀ ବିଜୟ ପ୍ରସାଦ ଉଲ୍ଲାକା , ଯୁବ ସାମ୍ବାଦିକ କେଶବ ସାରାକା ସମସ୍ତ ଉପସ୍ଥିତ ରହି ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ଜଙ୍ଗଲ ସୁରକ୍ଷା ଆମର ରକ୍ଷା ଗଛ ବଞ୍ଚିଲେ ଆମେ ବଞ୍ଚିବା ଏଭଳି ବିଭିନ୍ନ ସ୍ତରରେ ଉନ୍ନତି ପାଇଁ ସଚେତନ କରାଇ ବୃକ୍ଷ ରୋପଣ କରାଯାଇଥିଲା। ଏନେଇ ଚଳିତ ବର୍ଷର ଦୂଷିତ ବାୟୁ ପ୍ରଦୂଷଣ ଓ ପ୍ଲାଷ୍ଟିକ ପଲ୍ୟୁସନ ରୁ ରକ୍ଷା ପାଇବା। ପ୍ଲାଷ୍ଟିକ ବିଷ ବଳୟରେ ଅଣନିଃଶ୍ୱାସୀ ହେବାରେ ଲାଗିଛି ପୃଥିବୀ। ପରିବେଶ ସହ ସୃଷ୍ଟି କରୁଛି ସ୍ୱାସ୍ଥ୍ୟ ସଙ୍କଟ। ନିଜ ସୁବିଧା ଓ ସୁରକ୍ଷିତ ପାଇଁ ବହୁଳ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଏବେ ବିଶ୍ୱ ପାଇଁ ପାଲଟି ସାରିଛି ମରଣଯନ୍ତା।ପୃଥିବୀର ଏମିତି କୌଣସି ସ୍ଥାନ ନାହିଁ ଯାହା ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ । ତେଣୁ ଏହି ମାରାତ୍ମକ ବାୟୁ ପ୍ରଦୂଷଣ ରୁ ରକ୍ଷା ପାଇବା ପାଇଁ ବୃକ୍ଷ ରୋପଣ କରି ବିଶ୍ବ ପରିବେଶ ଦିବସ ପାଳିତ କରାଯାଇଥିଲା।