ସୀମାନ୍ତରେ ଯବାନଙ୍କ ଗୁଳିରେ କୁଖ୍ୟାତ ମାଓ ନେତା ସୁଧାକର ନିହତ…

add-all

ମାଲକାନଗିରି,୫|୬ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଯବାନ ଓ ମାଓବାଦୀଙ୍କ ଗୁଳି ବିନିମୟରେ କୁଖ୍ୟାତ ମାଓ ନେତା ତଥା ମାଓ ସଙ୍ଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର ଓରଫ ବାଲକ୍ରୀଷ୍ଣା ନିହତ। ସୁଧାକର ଉପରେ ଛତିଶଗଡରେ ୪୦ ଲକ୍ଷର ଇନାମ ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ତା ନାମରେ ଲକ୍ଷ ଲକ୍ଷ ଟଙ୍କାର ଇନାମ ରହିଥିଲା। ସୁଧାକର ଚାରି ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମହାରାଷ୍ଟ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ ସହ ସୁଧାକର ବର୍ତ୍ତମାନ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ମୁଖ୍ୟ ଥିଲା। ତଥ୍ୟ ଅନୁଯାୟୀ ଛତିଶଗଡର ବିଜାପୁରରେ ଥିବା ଜାତୀୟ ଉଦ୍ୟାନରେ ମାଓ ଦମନ ପାଇଁ ଡିଆରଜି ଏବଂ ଏସଟିଏଫର ଯବାନ ମାନେ ତଲାସି ଅଭିଯାନ କରୁଥିଲେ। ଏହି ସମୟରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ ଓ ଗୁଳି ବିନିମୟ ଘଟି ଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟରେ ବହୁ ମାଓବାଦୀ ମୃତାହାତ ହୋଇଥିବା ବେଳେ ଏହି ସମୟରେ ମାଓ ନେତା ସୁଧାକର ମଧ୍ୟ ନିହତ ହୋଇଥିବା ଜଣା ପଡିଛି।

ad-week
Leave A Reply

Your email address will not be published.