ରାୟଗଡ଼ା ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ…

youtube

ରାୟଗଡ଼ା ତା : ୦୫/୦୬/୨୫ ବିଶ୍ଵ ପରିବେଶ ଦିବସ ଅବସରରେ ରାୟଗଡ଼ା ଜିଲ୍ଲା ର ଏକ ଅଗ୍ରଣୀ ସାମାଜିକ ସଂଗଠନ ଗ୍ରୀନ ରାୟଗଡ଼ା ପକ୍ଷରୁ ଆଜି ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଛି । ଏହି ଅବସରରେ ଗ୍ରୀନ ରାୟଗଡ଼ା ଅନୁଷ୍ଠାନ ର ସଭାପତି ଶ୍ରୀ ଯୋଗେଶ୍ୱର ଦାସ ଏବଂ ସମ୍ପାଦକ ଶ୍ରୀ କୃଷ୍ଣ କାନ୍ତ ଜେନାଙ୍କ ନେତୃତ୍ବରେ ଆଜି ପ୍ରଥମେ ରାୟଗଡ଼ା ରେଳ ଷ୍ଟେସନ ସମ୍ମୁଖ ବୃକ୍ଷ ରୋପଣ କରାଯାଇ ମୂଖ୍ୟ ରାସ୍ତା ର ଦୁଇ ପାର୍ଶ୍ଵରେ ଲାଗିଥିବା ଗଛ ଗୁଡ଼ିକରେ ଜଳ ଦେବା ସହ ସହରର ବିଭିନ୍ନ ବସ୍ତି ଏବଂ ରାସ୍ତା କଡ଼ରେ ବୃକ୍ଷ ରୋପଣ କରାଯାଇ ଗଛ ଗୁଡ଼ିକରେ ଜଳ ଦିଆଯାଇଥିଲା । ଏହି ମହତ କାର୍ଯ୍ୟକ୍ରମରେ ଗ୍ରୀନ ରାୟଗଡ଼ା ଦୀର୍ଘ ୧୮ ବର୍ଷ ଧରି ରାୟଗଡ଼ା ସହରକୁ ପଲିଥିନ ମୁକ୍ତ କରିବା , ବୃକ୍ଷ ଚାରା ରୋପଣ କରି ତାର ଯତ୍ନ ନେବା , ନିଜ ଜନ୍ମ ଦିନରେ ଗୋଟିଏ ଗଛଟି ଲଗାଇବା ସହ ତାର ଯତ୍ନ କିପରି ନିଆଯିବ, ପଲିଥିନ ବ୍ୟବହାର କୁ କିପରି ଦୂରେଇ ରହିବା ଏପରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସହରର ସ୍କୁଲ ଛାତ୍ରଛାତ୍ରୀଙ୍କୁ , ଦୈନନ୍ଦିନ ବ୍ୟବସାୟ ବଜାରରେ ଏବଂ ଜନସାଧାରଣଙ୍କ ମହଲରେ ଏପରି ଭିନ୍ନ ଭିନ୍ନ ଉପାୟରେ ସଚେତନତା ସୃଷ୍ଟି କରି ଆସୁଛୁ ବୋଲି ଅନୁଷ୍ଠାନ ର ସଭାପତି ଶ୍ରୀ ଯୋଗେଶ୍ଵର ଦାସ ଏବଂ ସମ୍ପାଦକ ଶ୍ରୀ କୃଷ୍ଣ କାନ୍ତ ଜେନା ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ସାମ୍ବାଦିକ ମହା ସଂଘର ସଭାପତି ଦିପକ କୁମାର ପୃଷ୍ଟି , ବରିଷ୍ଠ ଆଇନଜୀବି ଶ୍ରୀ ବୀରଜା ପାତ୍ର , ସମାଜ ସେବୀ ପି . ଗୈାରୀ , ଚୀନାରି ବିଜୟ ମହନ, ଡ଼ି ପି ବାପୁ , ମାତୃଶକ୍ତି ରୁ କୁମାରୀ ବାଡତିଆ , ରାୟଗଡ଼ା ଜି ସି ଡ଼ି ୱକର୍ସ କ୍ଳବ , ଭାରତୀୟ ମଜଦୂର ସଂଘର କାର୍ଯ୍ୟକର୍ତ୍ତା , ରେଳବାଇ ସୁରକ୍ଷା ବଳଙ୍କ ସହ ସହରର ବିଭିନ୍ନ ଅନୁଷ୍ଠାନର ନେତୃବୃନ୍ଦ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଗ୍ରୀନ ରାୟଗଡାର ଏପରି କାର୍ଯକ୍ରମ କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।

Leave A Reply

Your email address will not be published.