ନିଖିଳ ଉତ୍କଳ ଜିଲ୍ଲା ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସମ୍ବର୍ଦ୍ଧନା…

add-all

ମାଲକାନଗିରି :ନିଖିଳ ଉତ୍କଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ହରିପୁର ରୋଡ଼ କଟକ-୧ ମୁଖ୍ୟ ଦପ୍ତର ଖାରବଳ ନଗର ଭୁବନେଶ୍ୱର ଙ୍କ ଅନୁବଷିତ ମାଲକାନଗିରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତାରକ ମଣ୍ଡଳଙ୍କ ତତ୍ୱାବଧାନରେ ବିଭିନ୍ନ ବ୍ଲକରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ନୂତନ ଭାବରେ କାର୍ଯ୍ୟରେ ଯୋଗ ଦେଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ପାଣିଗ୍ରହୀଙ୍କୁ ସ୍ୱାଗତ କରିବା ସହ ଫୁଲ ତୋଡ଼ା ପ୍ରଦାନ କରି ବିଭିନ୍ନ ସମସ୍ୟା ସମ୍ୱନ୍ଧେ ଆଲୋଚନା ବେଳେ ଅଧିକାରୀ ମହୋଦୟ ବିଦ୍ୟାଳୟର ସମୟ ନିର୍ଘଣ୍ଟ ଉପରେ ଗୁରୁତ୍ୱାରୋପ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଂଘର ଉପସଭାପତି ଶ୍ରୀ ରଞ୍ଜିତ କୁମାର ନାୟକ ମାଲକାନଗିରି ଓ କୋରକୁଣ୍ଡା ବ୍ଲକ ର ସଭାପତି ଦ୍ବୟ ଶ୍ରୀ ରାମ ପ୍ରସାଦ ପାଢ଼ୀ ଓ ଅରବିନ୍ଦ ପ୍ରସାଦ ଜେନା ବ୍ଲକ ସମ୍ପାଦକ ଗୁରୁପଦ ସରକାର, ମନୋରଞ୍ଜନ ବେହେରା, ସୁକାନ୍ତ ସାହୁ, କଳ୍ପତରୁ ନାୟକ, ସାଧନା ମଣ୍ଡଳ ଓ ଉପଦେଷ୍ଟା ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଗଣେଶ ଚନ୍ଦ୍ର ଜେନା ଓ ମନୋରଞ୍ଜନ ସେଠୀ ପ୍ରଭୃତି ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.