
ପୁରୀ: ଆକ୍ସନ ମୋଡରେ ପୁରୀ ପୋଲିସ । ବନ୍ଧୁକ ସହ ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ସଙ୍ଗଠିତ ଅପରାଧ ମାମଲାକୁ ନେଇ ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି। ପୋଲିସର ସ୍ବତନ୍ତ୍ର ସ୍କ୍ୱାର୍ଡ ଦ୍ଵାରା ୬ ଟି ଦେଶି କଣ୍ଟ୍ରି ମେଡ୍ ବନ୍ଧୁକ, ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଏବଂ ୨୦ ରୁ ଅଧିକ ଜୀବନ୍ତ ଗୁଳି ଜବତ ହୋଇଛି । ରଥଯାତ୍ରା ପାଇଁ ଅପରାଧ ନିୟନ୍ତ୍ରଣ ଅଭିଯାନ ଆରମ୍ଭ କଲା ପୁରୀ ପୋଲିସ । ଡିଜିପିଙ୍କ ନିର୍ଦ୍ଦେଶରେ ପୁରୀ ଏସପିଙ୍କ ନେତୃତ୍ବରେ ଆରମ୍ଭ ହୋଇଛି ଅପରାଧ ନିୟନ୍ତ୍ରଣ ଅଭିଯାନ । ବଛା ବଛା ପୋଲିସ ଅଧିକାରୀଙ୍କୁ ନେଇ ଏସପି ଗଠନ କରିଛନ୍ତି ସ୍ବତନ୍ତ୍ର ଟିମ୍ ।
ସହର ଓ ଆଖପାଖ ଅଞ୍ଚଳରେ ଚଢାଉ କରି ୫ରୁ ଅଧିକ ବଡ ବଡ ଅପରାଧୀଙ୍କୁ ଉଠାଇ ନେଇ ସେମାନଙ୍କ ଅପରାଧ ଇତିହାସ ଖୋଳ ତାଡ଼ ଆରମ୍ଭ କରାଯାଇଛି । ପୋଲିସ ଟିମ୍ ର ଚଢାଉ ଜାରି ରହିଥିବା ବେଳେ ଟାର୍ଗେଟରେ ରହିଛନ୍ତି ପ୍ରାୟ ୫୦ ଜଣ ଅପରାଧୀ । ଏହି ଅପରାଧୀ ମାନେ ବଡ଼ଦାଣ୍ଡ ,ବେଳାଭୂମି, ବସ୍ତି ଅଞ୍ଚଳ ସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ରୁ ବଟି ଆଦାୟ କରି ଅପରାଧ ସାମ୍ରାଜ୍ୟ ବିସ୍ତାର କରିଛନ୍ତି ।