ସିଏମଓ ଅଫିସ ନାଁ କହି ଠକେଇ, ଇଞ୍ଜିନିୟରଙ୍କଠାରୁ ୨ ଲକ୍ଷ ଠକିନେଲେ ଦୁର୍ବୃତ୍ତ

add-all

ଭୁବନେଶ୍ୱର: ସିଏମଓ ଅଫିସ ନାଁ କହି ଠକେଇ। ଇଞ୍ଜିନିୟରଙ୍କଠାରୁ ୨ ଲକ୍ଷ ଠକିନେଲେ ଦୁର୍ବୃତ୍ତ । ଠକେଇ ଶିକାର ହୋଇଛନ୍ତି ଅନୁଗୁଳ ରାସ୍ତା ଓ କୋଠାବାଡି ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ହରିପାଲ । ଜଣେ ବ୍ୟକ୍ତି ନିଜକୁ ସିଏମଓ ଅଫିସର କର୍ମଚାରୀ ପରିଚୟ ଦେଇ ୨ ଲକ୍ଷ ନଦେଲେ ତାଙ୍କୁ ମାଲକାନଗିରି ପଠାଇଦେବାର ଧମକ ଦେଇଥିଲେ।

ଦୁଇଲକ୍ଷ ଟଙ୍କା ନେବା ପରେ ପୁଣୀ ୫ଲକ୍ଷ ଟଙ୍କା ମାଗିଥିଲେ ଠକ। ଏନେଇ ଗତ ୩ ତାରିଖରେ ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି ପ୍ରତାପ। ଠକେଇ କରିଥିବା ଅଭିଯୁକ୍ତ ହେଉଛି ଭୀମଟାଙ୍ଗି ଅଞ୍ଚଳର ଜାନକୀ ମହାପାତ୍ର। ସୂଚନା ଅନୁସାରେ ଗୋଟେ ମାସ ତଳେ ଜାନକୀ ମହାପାତ୍ର ନାମକ ଜଣେ ବ୍ୟକ୍ତ ପ୍ରତାପଙ୍କୁ ଫୋନ କରିଥିଲେ । ନିଜକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଇ ମାଲକାନଗିରି ବଦଳି କରାଇଦେବାକୁ ଧମକ ଦେଇଥିଲେ। ବଦଳି ରୋକିବାକୁ ହେଲେ ଦୁଇଲକ୍ଷ ଟଙ୍କା ଦେବାକୁ କହିଥିଲେ ଜାନକୀ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଆସିଛି ଭାବି ତାଙ୍କ କଥା ରାଜି ହୋଇଯାଇଥିଲେ ପ୍ରତାପ। ତାଙ୍କ କହିବାନୁସାରେ ଭୀମଟାଙ୍ଗି ସ୍ଥିତ ଘରକୁ ଆସି ଦୁଇଲକ୍ଷ ଟଙ୍କା ଦେଇଥିଲେ। ପରେ ପୁଣି ଫୋନ କରି ୫ଲକ୍ଷ ଟଙ୍କା ମାଗିଥିଲେ। ଏଥିରେ ପ୍ରତାପ ଅରାଜି ହେବାରୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଶେଷରେ ପ୍ରତାପ କୌଣସି ଉପାୟ ନପାଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.