ଓଡିଶା ରକ୍ତଦାତା ମହାସଂଘର ରକ୍ତଦାନ ଶିବିର

add-all

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଆଖିରେ ରଖି ଓଡିଶା ରକ୍ତଦାତା ମହାସଂଘ ପକ୍ଷରୁ ଦୁର୍ଗା ପୂଜା ମଣ୍ଡପ ରୁଚିକା ବଜାର ଭୁବନେଶ୍ୱର ଠାରେ ରୋଟାରୀ କ୍ଳବ୍ ବରମୁଣ୍ଡା ସହିଯୋଗ ରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଅଛି। ଉକ୍ତ ଶିବିର ରେ ରୋଟାରୀ କ୍ଲବ ସଦସ୍ୟ ଓ ଜେବି ନିର୍ମାଣ କମ୍ପାନୀ ର କର୍ମଚାରୀ ରକ୍ତଦାନ କରି ଥିଲେ । ସର୍ବ ମୋଟ ୨୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇ ପାରିଛି । ଯାହା କି ଏକ କାଳୀନ ରେକର୍ଡ । ଶିବିର ରେ ମହାସଂଘର ସଧାରଣ ସମ୍ପାଦକ ତ୍ରିଲୋଚନ ଦାଶ, ସଭାପତି ଅକ୍ଷୟ କୁମାର ରାଉତ୍, ଯୁବ ମୀନକେତ ନିଜେ ଉପସ୍ଥିତ ରହି ଶିବିର କୁ ସୂଚାର ରୂପେ ପରିଚାଳନା କରି ରୋଟାରୀ କ୍ଳବର ସଭାପତି ଦିଲ୍ଲୀପ ଭୂୟାଁ ଓ ଅନ୍ୟ ସଦସ୍ୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସମସ୍ତ ଯୁବ ବର୍ଗୀୟ ରକ୍ତଦାତା ଓ ପ୍ରଥମ ଥର ରକ୍ତଦାନ କରୁଥିବା ଅନେକ ଯୁବ ସମାଜ କୁ ସମ୍ପାଦକ ଓ ସଭାପତି ଧନ୍ୟବାଦ ଜଣେଇ ଥିଲେ । ଶେଷ ରେ ଏହି ପରିକଳ୍ପନା ପାଇଁ ଅନୁଷ୍ଠାନକୁ ସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ଜଣେଇ ଥିଲେ ।

ad-week
Leave A Reply

Your email address will not be published.